Trending

କ୍ୟାନ୍ସର କବଳରେ ସେଲିବ୍ରେଟି, କେମିତି ପାଇବେ ମୁକ୍ତି ?





ନିକଟରେ ବଲିଉଡ୍ର ଦୁଇ ପ୍ରସିଦ୍ଧ ଅଭିନେତା ଇରଫାନ୍ ଖାଁ ଓ ରିଷି କପୁରଙ୍କ ପରଲୋକ ଘଟିଛି । ଉଭୟେ କ୍ୟାନସର୍ରେ ଦୀର୍ଘବର୍ଷ ହେଲା ଆକ୍ରାନ୍ତ ଥିଲେ । ଦେଶ ଓ ବିଦେଶର ବହୁ ନାମୀଦାମୀ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ୱେ ସେମାନଙ୍କ ଦେହାନ୍ତ ହେଲା । ପ୍ରତିଦିନ ଜଣେ ନା ଜଣେ ସେଲିବ୍ରିଟି କ୍ୟାନସର୍ରେ ଆକ୍ରାନ୍ତ ହୋଇଥିବାର ଖବର ଆସୁଛି । ଏତିକି ବେଳେ ଆମକୁ ଭାବିବାକୁ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଯେତେବେଳେ କ୍ୟାନସର୍ ସେଲିବ୍ରିଟି ମାନଙ୍କୁ ଛାଡ଼ୁନାହିଁ, ସୀମିତ ସମ୍ବଳ ମଧ୍ୟରେ ଜୀବନ କାଟୁଥିବା ସାଧାରଣ ଲୋକେ କିପରି ଏହି ଭୟଙ୍କର ରୋଗରୁ ନିସ୍ତାର ପାଇବେ? ସେମାନେ କେମିତି ଏହାର ମୁକାବିଲା କରିବେ ?

ସାଧାରଣତଃ ଏହି ସେଲିବ୍ରିଟି ମାନେ ଏକ ସକ୍ରିୟଜୀବନ ଶୈଳୀଜୀଇଁଥାନ୍ତି । ସେମାନେ ନିୟମିତ ବ୍ୟାୟାମ କରିବା ସହଡା ଏଟିସିଆନ୍ ଓ ଡାକ୍ତରମାନେ ସେମାନଙ୍କୁ ପରୀକ୍ଷା କରିଥାନ୍ତି । କଥାରେ ଅଛି ‘ଯଦି ସୁନାରେ କଳଙ୍କି ଲାଗିବ, ତେବେଲୁହା କ’ଣ କରିବ’ । ସେହି ନ୍ୟାୟରେ ଏସବୁ ସତ୍ୱେ ଯଦି ଏହି ସେଲିବ୍ରିିଟି ମାନଙ୍କୁ ନୀରବରେ କ୍ୟାନସର୍ ଗ୍ରାସ କରିବ ତେବେ ସାଧାରଣ ଲୋକେ କିପରି ବଂଚିବେ ବୋଲି ପ୍ରଶ୍ନ ଉଠିଛି ।

ପୂର୍ବରୁ ମନୀଷା କୋଇରାଲା, ସୋନାଲି ବେନ୍ଦ୍ରେ, ଲିସାରାୟ, ବିନୋଦ ଖାନ୍ନା, ଅନୁରାଗ ବସୁ ଓ ନର୍ଗିସ୍ ଦତଙ୍କ ପରି ବଲିଉଡ୍ର ସେଲିବ୍ରିିଟି ମାନେ କ୍ୟାନସର୍ରେ ଆକ୍ରାନ୍ତ ହୋଇଛନ୍ତି । କେତେ ଜଣ କ୍ୟାନସର୍ ସହ ଲଢ଼ି ସୁସ୍ଥ ହୋଇଥିଲା ବେଳେ ଅନ୍ୟମାନଙ୍କୁ ଏହି ବ୍ୟାଧି ମରଣ କୋଳକୁ ଟାଣି ନେଇଛି ।

ସାଧାରଣ ଲୋକଙ୍କ ଅପେକ୍ଷା ସେଲିବ୍ରିଟି ମାନଙ୍କ ପ୍ରତି କ୍ୟାନସର୍ ଭୟ କାହିଁକି ?

ଯଦିଓ ଏହି ସେଲିବ୍ରିଟିମାନଙ୍କୁ ବିଶେଷଜ୍ଞ ନିୟମିତ ପରୀକ୍ଷା କରିଥାନ୍ତି କିନ୍ତୁଏହା ସତେ ଯେ ଏମାନଙ୍କ ଜୀବନ ଶୈଳୀରେ ଧୂମପାନ, ମଦ୍ୟପାନ ଓ ନିଶା ସେବନର ବଡ଼ ଭୂମିକା ରହିଛି । ନିଜ ଶରୀର କୁ ଉତମ ଆକାର (ଶେପ୍) ଦେବା ପାଇଁ ଏମାନେ ଖାଦ୍ୟ ଗ୍ରହଣ ଅଭ୍ୟାସକୁ ଅବହେଳା କରିଥାନ୍ତି । ସେମାନେ ଅଧିକସମୟ ପର୍ଯ୍ୟନ୍ତ କାମ କରିବା ସହ ବହୁତ ଆଡେ ଯାତ୍ରା କରିଥାନ୍ତି । ତେଣୁ ସେମାନଙ୍କ କ୍ଷେତ୍ରରେ ଯାହା ଅସମ୍ଭବ ଲାଗେ ପ୍ରକୃତରେ ତାହା ନୁହେଁ ।

ଆମେ କାହିଁକି …

ଭାରତ ରେ କ୍ୟାନସର୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ଡାକ୍ତରୀ ପତ୍ରିକା ‘ଲାନ୍ସେଟ୍’ ଅନୁଯାୟୀ ୧୩୦ କୋଟି ଲୋକ ସଂଖ୍ୟା ବିଶିଷ୍ଟ ଭାରତରେ ପ୍ରତିବର୍ଷ ୧୦ ଲକ୍ଷ ଲୋକଙ୍କ ଠାରେ କ୍ୟାନସର୍ ଚିହ୍ନଟ ହେଉଛି । ଭାରତ, ଚାଇନା ଓ ଆମେରିକା ରେ କ୍ୟାନସର୍ ଜନିତ ମୃତ୍ୟୁ ସର୍ବାଧିକ ବୋଲି ଜଣା ପଡ଼ିଛି । ତେଣୁ ଯେତେବେଳେ କ୍ୟାନସର୍ ପ୍ରବଳ ମାତ୍ରାରେ ବଢ଼ି ଚାଲିଛି ସେଠାରେ ଭୟ କରିବା ଅପରି ହାର୍ଯ୍ୟ । କ୍ୟାନସର୍ର ନିରାକରଣ ପାଇଁବହୁ ପରୀକ୍ଷା ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗବେଷଣା ସଫଳ ହୋଇ ପାରି ନାହିଁ । କ୍ୟାନସର୍ ରୁ ଆରୋଗ୍ୟ ପାଇବା ପାଇଁ ନାନୋ ପାର୍ଟିକିଲ୍ ଥେରାପି ଓ ଗୋଡ଼ ପାଦରୁ ନଖ କାଢ଼ିବା କୁ ଋଷିଆର ଜଣେ ଡାକ୍ତରଙ୍କ ଦାବି ସମ୍ପର୍କରେ ଖବର ପ୍ରକାଶ ପାଉଛି । ଅନ୍ୟ ପକ୍ଷରେ କ୍ୟାନସର୍ ନିରାକରଣ ଦିଗରେ କେତେକ ଗୁରୁତ୍ୱପୂର୍ଣ୍ଣ ଔଷଧ ଏବେ ମଧ୍ୟ କେନ୍ଦ୍ରସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି ।

ଆପଣ କ’ଣ କରିପାରିବେ ?

ଆପଣ ଯଦି ଭାବୁଛନ୍ତି କ୍ୟାନସର୍ ଏକ ମନୁଷ୍ୟ କୃତ ରୋଗ ତେବେ ଆପଣ ଭୁଲ୍ । ସମ୍ଭବତଃ ମନୁଷ୍ୟ ଜାତିର ଆରମ୍ଭରୁ କ୍ୟାନସର୍ ରହିଆସିଛି । ପ୍ରକୃତରେ ଏକ ପ୍ରଜାତିର ଡାଇନୋସର୍ ରକ୍ତ କଣିକା ଟ୍ୟୁମର୍ରେ ପ୍ରାଣ ହରାଇଥିଲେ । ସେହିପରି ୧୭ ଲକ୍ଷବର୍ଷ ପୂର୍ବର ଏକ ପାଦ ନଖ ୨୦୧୬ ମସିହାରେ ଦକ୍ଷିଣ ଆଫ୍ରିକାରେ ଉଦ୍ଧାର କରାଯାଇଥିଲା ।ଏହା ଅସ୍ଥି କର୍କଟରେ ପୀଡ଼ିତ ଥିବା ଜଣା ପଡ଼ିଥିଲା ।

କେତେକ ନିର୍ଦ୍ଦିଷ୍ଟ ଜୀବନ ଶୈଳୀ ଯୋଗୁ କ୍ୟାନସର୍ ବିପଦ ଅଧିକ ବଢ଼ିଥାଏ ବୋଲି କୁହାଯାଉଛି । ବ୍ରିଟେନ୍ରେ ଅଧିକ ଓଜନ କିମ୍ବା ମେଦବହୁଳତା ହେଉଛି କ୍ୟାନସର୍ର ଦ୍ୱିତୀୟ ବଡ଼କାରଣ ।ଏହି କାରଣରୁ ଏଠାରେ ପ୍ରତିବର୍ଷ ପ୍ରାୟ ୨୨ହଜାର ୮୦୦ ଜଣ କ୍ୟାନସର୍ରେ ପ୍ରାଣ ହରାଇଥାନ୍ତି । ଏହା ସତ୍ୱେ ମାତ୍ର ୧୫ ପ୍ରତିଶତ ବ୍ୟକ୍ତି ଏହି କାରଣସ ମ୍ପର୍କରେ ଜାଣିଥାନ୍ତି ବୋଲି କ୍ୟାନସର୍ ରିସର୍ଚ୍ଚ ୟୁକେର ଏମ୍ମା ସିଲ୍ଡ ପ୍ରକାଶ କରିଛନ୍ତି ।

ମେଦବହୁଳତା ବ୍ୟତୀତ ଅନ୍ୟ ଯେଉଁ କାରଣ ଗୁଡ଼ିକ କ୍ୟାନସର୍ ସୃଷ୍ଟି ପାଇଁ ବିପଦ ସୃଷ୍ଟି କରିଥାନ୍ତି ସେଗୁଡ଼ିକ ହେଲା ବ୍ୟାୟାମ୍ ଅଭାବ ଓ ମଦ୍ୟପାନ । କ୍ୟାନସର୍ ଠାରୁ ବର୍ତିବା ପାଇଁ ଆଜି ପର୍ଯ୍ୟନ୍ତ ସେପରି କୌଣସି ଉପାୟ ବାହାରି ନାହିଁ । କିନ୍ତୁ କିଛି ଉପାୟର ହିଛି ଯାହାକୁ ଜଣେ ପାଳନ କଲେ କ୍ୟାନସର୍ ବିପଦ ହ୍ରାସ ପାଇବ, ନିରାକରଣ ରେ ସାହାଯ୍ୟ କରି ବକିମ୍ବା ଶୀଘ୍ର ଚିହ୍ନଟ ହେଲେ ଆରୋଗ୍ୟ ଲାଭକରି ପାରିବ ।

ବିଶ୍ୱ କ୍ୟାନସର୍ ଗବେଷଣା ପାଣ୍ଠି ର ସୁପାରିସ ଅନୁଯାୟୀ ଧୂମପାନ ନ କରିବା ଓ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ନ ଆସିଲେ କ୍ୟାନସର୍ ବିପଦ ହ୍ରାସ ପାଇଥାଏ । ସେହିପରି ଏ କ୍ଷେତ୍ରରେ ସୁଷମ ଖାଦ୍ୟର ମଧ୍ୟ ଭୂମିକା ରହିଛି । ଏଥି ସହ ଶାରୀରିକ କାର୍ଯ୍ୟଉ ପରେ ଗୁରୁତ୍ୱ ଦେବା ଉଚିତ୍ । ଉଦାହରଣ ସ୍ୱରୂପ ପ୍ରକ୍ରିୟା କରଣ ହୋଇଥିବା ଖାଦ୍ୟରୁ କ୍ୟାନସର୍ ସୃଷ୍ଟିକାରୀକାର କସହ ଫଳରେ ଥିବା ଆଂଟିଅକ୍ସିଡାଂଟ ସଂଘର୍ଷ କରିଥାଏ । ନିୟମିତ ବ୍ୟାୟାମ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ରେ ରହିଥାଏ ଯାହା ବୃକକ୍, ଯକୃତ ଓ ଅନ୍ତଃନ ଳୀକ୍ୟାନ ସର୍ ସହଜଡ଼ିତ । ଯଦି ଜଣେ ମଧ୍ୟମ ଧରଣର କାର୍ଯ୍ୟ କରୁଥାନ୍ତି ତେବେ ସେ ସପ୍ତାହକୁ ଅତିକମ୍ରେ ୧୫୦ ମିନିଟ୍ ବ୍ୟାୟାମ୍ କରିବା ଜରୁରୀ ।

ଏହା ବ୍ୟତୀତ ସମସ୍ତ ପ୍ରକାର ତମାଖୁ ଜାତ ପଦାର୍ଥ ଠାରୁ ଦୂରେଇ ରହିବା ଆବଶ୍ୟକ । ହେପାଟାଇଟିସ୍ ବି ଓ ଏଚ୍ପିଭି ଟୀକା ନେବା ମଧ୍ୟ ଜରୁରୀ । ଏଥି ସହ ଉତମ ଯୌନ ଜୀବନ ଓ କାହା ସହିତ ସିରିଞ୍ଜ ବିନିମୟ କରିବା ଅନୁଚିତ୍ । ଶେଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜର କ୍ୟାନସର୍ ପରୀକ୍ଷା । ନିଜର ସମ୍ପୂର୍ଣ୍ଣ ଶରୀର ପରୀକ୍ଷା କରିବା ପାଇଁ ଡାକ୍ତରଙ୍କୁ କୁହନ୍ତୁ । ନିୟମିତ ବ୍ୟବଧାନ ରେ ସ୍ୱାସ୍ଥ୍ୟ ପରୀକ୍ଷା କଲେ ଆମେ କ୍ୟାନସର୍ ଠାରୁ ବର୍ତି ପାରିବା ।


Tags

Related Articles

Back to top button
Close