Trending

ଟ୍ରିମର୍ କି ହେୟାର କଟର ବିନା ଘରେ କେମିତି କାଟିବେ କେଶ, ଦେଖନ୍ତୁ ଭିଡିଓ





ନୂଆଦିଲ୍ଲୀ: କରୋନାଭାଇରସକୁ  ଦୃଷ୍ଟିରେ ରଖି  ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଛି ।  ତାଲା ବନ୍ଦ  ଯୋଗୁଁ ଅଧିକାଂଶ ଜିନିଷ ବନ୍ଦ ହୋଇଯାଇଛି, ଲୋକମାନେ ଘରୁ ରୋଷେଇ କରିବା କରିବା ସହ ନିଜ କେଶ ନିଜେ କାଟିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏଭଳି ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି କହୁଛନ୍ତି ଯେ ଯଦି ତୁମର ଟ୍ରିମର୍ ନାହିଁ କି  ହେୟାର କଟର ନାହିଁ ତେବେ ତୁମେ କିପରି ନିଜ କେଶକୁ କାଟି ପାରିବ। ଏଥିପାଇଁ ବ୍ୟକ୍ତି ଜଣକ  ଖବରକାଗଜ, ପାନିଆ, ବ୍ଲେଡ୍ ଏବଂ କାଗଜ କ୍ଲିପ୍ ର ସାହାରା ନେଇଛନ୍ତି ।

ଏହା ପରେ, ସେ ଅତି ଆରାମରେ ବ୍ୟାଖ୍ୟା କରନ୍ତି ଯେ କିପରି ଏକ ପାନିଆ ,ବ୍ଲେଡ୍ ଏବଂ କାଗଜ କ୍ଲିପ ସାହାଯ୍ୟରେ କେଶକୁ କଟାଯାଇପାରିବ। ବ୍ୟକ୍ତି ଜଣଙ୍କର ଏହି ଦେଶୀ ହେୟାର କଟ ଭିଡିଓ ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହାକୁ ପ୍ରଶଂସା କରିବା ସହ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।


Tags

Related Articles

Back to top button
Close