Trending

ଜାଣନ୍ତୁ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି?





ଭୁବନେଶ୍ୱର:   ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଏହି ପର୍ବଟି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ, ଯାହା ଆମ ଜୀବନରେ ନୂତନତ୍ୱ ଆଣି ଦିଏ । ଏହି ଦିନ ଠାରୁ ହିଁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ପ୍ରାରମ୍ଭ ହୋଇଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହି ପର୍ବକୁ ପ୍ରତି ବର୍ଷ ଜାନୁୟାରୀ ମାସରେ ଖୁବ ଧୁମଧାମରେ ପାଳନ କାରଯାଏ । ଏହି ବର୍ଷ ୧୪ ଜାନୁୟାରୀରେ ମକର ସଂକ୍ରାନ୍ତି ପାଳନ କରାଯିବ । 

ଆସନ୍ତୁ ଜାଣିବା କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି: ସୂର୍ଯ୍ୟଦେବ ଯେବେ ଧନୁ ରାଶିରୁ ମକରରେ ପହଁଚିଥାନ୍ତି ତେବେ ମକର ସଂକ୍ରାନ୍ତି ପାଳନ କରାଯାଏ । ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ୱ ଏଥିପାଇଁ ଅଧିକ କାରଣ ଏହି ସମୟରେ ସୂର୍ଯ୍ୟ ପକ୍ଷିଣାୟନରୁ ଉତ୍ତାୟଣ ନେଇଥାନ୍ତି । ଏହି ଦିନ ଦାନ ପୁଣ୍ୟ କରିବାର ବିଶେଷ ମହତ୍ୱ ରହିଛି । ଏହି ଦିନ ସୂର୍ଯ୍ୟଙ୍କ ପାଖେ ଖେଚୁଡି ଭୋଗ ଲାଗିଥାଏ । ଏହି ପର୍ବରେ ଗୁଡି ଉଡେଇବାର ପରଂପରା ମଧ୍ୟ ରହିଛି । 

ଦେଶର ବିଭିନ୍ନ ପ୍ରାନ୍ତରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ । ପଜାଂବରେ ଲୋଡି, ହରିୟାନାରେ ମାଘୀ, କର୍ଣ୍ଣାଟକରେ ସଂକ୍ରାନ୍ତି, ତାମିଲନାଡୁ ଓ କେରଳରେ ପୋଙ୍ଗଲ, ଗୁଜୁରାଟ ଓ ରାଜସ୍ଥାନରେ ଉତ୍ତରାୟନ ନାମରେ ମକର ସଂକ୍ରାନ୍ତି ପ୍ରସିଦ୍ଧ ଅଟେ । 


Tags

Related Articles

Back to top button
Close