ଭୁବନେଶ୍ୱର: COVID-19 ମହାମାରୀ ସମୟରେ ତାଲିମ ଖର୍ଚ୍ଚ ପୂରଣ କରିବା ପାଇଁ ଭାରତୀୟ ଧାବିକା ଦୂତି ଚାନ୍ଦ ତାଙ୍କ BMW କାର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ନିଜର ଫେସ ବୁକ ସାଇଡ଼ରେ BMW କାରର କିଛି ଫୋଟ ପୋଷ୍ଟ କରି ଗ୍ରାହକ ଖୋଜୁଛନ୍ତି ଧାବିକା ଦୂତି ।
ଦୂତିଙ୍କ ଏହି କାର ୨୦୧୫ BMW ସିରିଜ୍-3 ମଡେଲ୍, ଯାହାକୁ ସେ ୨୦୧୮ ରେ ତେଲେଙ୍ଗାନାରୁ ୩୦ ଲକ୍ଷ ଟଙ୍କା ଦେଇ କିଣିଥିଲେ। ବର୍ତ୍ତମାନ ସେ ଏହାକୁ ୨୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚାହୁଁଛନ୍ତି। ସୂଚନା ଅନୁଯାଇ ମହାମାରୀ ହେତୁ କୌଣସି ପ୍ରଯୋଜକ ତାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଇଚ୍ଛୁକ ନୁହଁନ୍ତି । ତାଙ୍କର ଅର୍ଥର ଆବଶ୍ୟକତା ରହିଛି ତେଣୁ ତାଙ୍କର ପ୍ରଶିକ୍ଷଣ ଏବଂ ଖାଦ୍ୟ ଖର୍ଚ୍ଚ ପୂରଣ କରିବା ପାଇଁ କାରଟିକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ଦୂତି ।
ତାଙ୍କ ଅଲିମ୍ପିକ୍ ପ୍ରସ୍ତୁତି ପାଇଁ ତାଙ୍କୁ ଅଧିକ ଅର୍ଥ ଆବଶ୍ୟକ ବୋଲି ଆଥଲେଟ୍ ଦୂତି କହିଛନ୍ତି। ତାଙ୍କର ଚାରୋଟି ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ସମାପ୍ତ ହୋଇଥିବାବେଳେ ଗ୍ଲୋବାଲ୍ ସ୍ପୋର୍ଟସ୍ ଫାର୍ମ ପୁମା ସହିତ ଚଳିତ ବର୍ଷ ଡିସେମ୍ବରରେ ସମାପ୍ତ ହେବ ।
ସେ ଭୁବନେଶ୍ୱରରେ ୨୦୧୮ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ପରେ BMW ସିରିଜ୍-3 ମଡେଲ୍ କିଣିଥିଲେ । କାରଟି ୯୪ , ୧୫୭ କିଲୋମିଟରରୁ ଅଧିକ ଚାଲିଛି । ସେ ଫୋଟ ପୋଷ୍ଟ କରି ଏହା ମଧ୍ୟ ଲେଖିଛନ୍ତି ଯେ BMW କୁ ଦେଖିଲା ପରେ କେହି ଯଦି କିଣିବାକୁ ଇଚ୍ଛୁକ ତାହେଲେ ତାଙ୍କୁ ମେସେଞ୍ଜର ରେ ନିଜର ମତାମତ ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି ଦୁତି ।