Trending

ଲକଡାଉନ ସମୟରେ ଲକ୍ଷ ଲକ୍ଷ ମଦ ବିକ୍ରି





ଲକଡାଉନର ପ୍ରଥମ ଦିନରେ ଯେତେବେଳେ ମଦ ବିକ୍ରି ଉପରେ ନିଷେଧାଦେଶ ହଟାଗଲା, ସେତେବେଳେ ବ୍ୟବସାୟ ଜଗତରେ ଏକ ବଡ଼ ଧରଣର ହଇଚଇ ସୃଷ୍ଟି କରିଥିଲା | ଉତ୍ତରପ୍ରଦେଶରେ ୩୦୦ କୋଟି ଟଙ୍କା ମୂଲ୍ୟର ମଦ ଗୋଟିଏ ଦିନରେ ଏବଂ ରାଜସ୍ଥାନରେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ  ମଦ ବିକ୍ରି ହୋଇଥିଲା ୫୯ କୋଟି ଟଙ୍କା |

ଗତ ମେ ୬ ରେ ଛତିଶଗଡରେ ପ୍ରାତଃ ସକାଳୁ ମଦ ଦୋକାନରେ ଏକ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ଏବଂ ରାତି ସୁଦ୍ଧା ୩୫ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିଲା |

ଗତ ମେ ୪ ଦିନ ମଦ ଦୋକାନ ଖୋଲିବା ପରେ ଲୋକମାନଙ୍କର ଏକ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା | ଦିଲ୍ଲୀର ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ପରେ ଅନେକ ସ୍ଥାନରେ ମଦ ଦୋକାନ ବନ୍ଦ ରହିଥିଲା |

କେବଳ ଦିଲ୍ଲୀ ସରକାର ମଦ ଦର ୭୦ ପ୍ରତିଶତ  ବୃଦ୍ଧି କରିନାହାଁନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜେ ଲୋକଙ୍କ ମନୋଭାବରେ କ୍ରୋଧିତ ହୋଇଥିଲେ |

କରୋନାରେ ମଦ ଦୋକାନ ଖୋଲିବାକୁ କାହିଁକି ନିଷ୍ପତ୍ତି ନେଲେ ସରକାର ?

ବିଶ୍ୱ, ଦେଶ ଆଉ ରାଜ୍ୟ ଯେତେବେଳେ କରୋନା ଆକ୍ରାନ୍ତରେ ଗତି କରୁଛି ସେତେବେଳେ ଆମ ଦେଶ ମଦ ଦୋକାନ ଖୋଲିବାର ମୁଖ୍ୟ କାରଣ କଣ ହେଇପାରେ ? 

ଉତ୍ତର ହେଉଛି – ”ପରିସଂଖ୍ୟାନ” |  

୨୦୧୯ ରେ ମଦ ବିକ୍ରୟରୁ ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟ ହେଇଥିଲା ୨ ଲକ୍ଷ ୪୮  ହଜାର କୋଟି ଟଙ୍କା |

ମଦ ବୋତଲ ମୂଲ୍ୟର ଏକ ଅଂଶ ହେଉଛି ଏକ୍ସାଇଜ୍ ଟ୍ୟାକ୍ସ | ଏହି ସମସ୍ତ ଏକ୍ସାଇଜ୍ ଟ୍ୟାକ୍ସ ରାଜ୍ୟ କୋଷକୁ ଯାଉଛି | ୨୦୧୭  ରେ ମଦ ବିକ୍ରୟ ରାଜସ୍ୱ ୧.୯୯  ଲକ୍ଷ କୋଟି ଥିବାବେଳେ ୨୦୧୮  ରେ ୨.୧୭ ଲକ୍ଷ କୋଟି ଏବଂ  ୨୦୧୯  ରେ ଥିଲା ୨.୪୮  ଲକ୍ଷ କୋଟି |

ମଦ ବିକ୍ରୟରୁ ହାରାହାରି ସରକାର ପ୍ରତିଦିନ ୭୦୦ କୋଟି ଟଙ୍କା ରୋଜଗାର କରନ୍ତି | ୪୦  ଦିନିଆ ତାଲା ବନ୍ଦ ଯୋଗୁ ସରକାର ୨୮,୦୦୦  କୋଟି ଟଙ୍କା କ୍ଷତି ସହିଛନ୍ତି |  

ପ୍ରତି ମାସରେ ଦିଲ୍ଲୀ ଏକ୍ସାଇଜ୍ ଟ୍ୟାକ୍ସରୁ ୫୦୦  କୋଟି ଟଙ୍କା ରୋଜଗାର କରିଥାଏ | ମହାରାଷ୍ଟ୍ର ଏକ୍ସାଇଜ୍ ବିଭାଗରୁ ମାସିକ ଆୟ ହେଉଛି ୨,୦୦୦ କୋଟି, ୟୁପିରୁ ୨୧୬୬  କୋଟି, ମଧ୍ୟପ୍ରଦେଶରୁ ୮୩୩  କୋଟି ଏବଂ ରାଜସ୍ଥାନରୁ ୬୫୦  କୋଟି ଟଙ୍କା |

ସରକାରଙ୍କ ଆୟର ପ୍ରାୟ ୨୦ ରୁ ୩୦ ପ୍ରତିଶତ ମଦ ବିକ୍ରୟରୁ ଆସିଥାଏ ତେଣୁ ପ୍ରତ୍ୟେକ ସରକାର ମଦ ଦୋକାନକୁ ଖୋଲା ରଖିବାକୁ ଚାହାଁନ୍ତି |

ଆମେ ସମସ୍ତେ ଜାଣିଛୁ ଯେ, ମଦ୍ୟପାନ ଶରୀରକୁ ଦୁର୍ବଳ କରିଥାଏ | ତେଣୁ ମହାମାରୀ କରୋନାକୁ ପ୍ରତିହତ କରିବାକୁ ହେଲେ ଆମ ଶରୀରକୁ ସୁସ୍ଥ ଆଉ ନିରୋଗ ରଖିବା ନିତାନ୍ତ ଆବଶ୍ୟକ  |


Tags

Related Articles

Back to top button
Close