ହାଇଦ୍ରାବାଦ: ଲକଡାଉନ ସମୟରେ ଅନେକ ପଶୁ ସହର ମୁହାଁ ହୋଇଛନ୍ତି l ରାସ୍ତାରେ ହାତୀ, ସିଂହ ଓ ଚିତାବାଘ ଦେଖିବାକୁ ମିଳିଛି l ହାଇଦ୍ରାବାଦରେ ଏକ ଚିତାବାଘ ଆତଙ୍କ ସୃଷ୍ଟି କରି ଅନେକ ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଚିତାବାଘ ହଠାତ୍ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଛି l ତା’ପରେ ସେଠାରେ ଥିବା କିଛି ବୁଲା କୁକୁରମାନେ ଚିତାବାଘ ଉପରେ ଆକ୍ରମଣ କରିବା ସହ ଚିତାବାଘକୁ ସେଠାରୁ ତଡି ଦେଉଛନ୍ତି l ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କାସୱାନ ଟ୍ୱିଟରରେ ସେୟାର କରିଛନ୍ତି l ଯାହାକି ଭାଇରାଲ ହେବାରେ ଲାଗିଛି l
ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାସ୍ତାରେ ଦୁଇଜଣ ଲୋକ ଦୌଡୁଛନ୍ତି l ଜଣେ ବ୍ୟକ୍ତି ଟ୍ରକରେ ଚଢିଯାଉଛି ତ ଅନ୍ୟ ଜଣେ ଘର ଭିତରକୁ ଯିବାକୁ ଚେଷ୍ଟା କରୁଛି l ହେଲେ ଘରର ଗେଟ ବନ୍ଦ ଥିବାରୁ ବାଧ୍ୟ୍ୟ ହୋଇ ଲୋକଟି ଟ୍ରକରେ ଚଢିବାକୁ ଚେଷ୍ଟା କରୁଛି l ଠିକ ଏହିସମୟରେ ଚିତା ବାଘଟି ବ୍ୟକ୍ତିର ପାଦକୁ ଧରିପକାଏ l ହେଲେ ବ୍ୟକ୍ତି ଜଣକ କଳେବଳେ କୌଶଳେ ଟ୍ରକ ଭିତରକୁ ପସିଯାଆନ୍ତି ଓ ବାଘଟି ସେଠାରୁ ଚାଲିଯାଏ l
ପରେ ଚିତାବାଘଟି ଏକ ଘର ଭିତରକୁ ଯିବାକୁ ଚେଷ୍ଟା କରେ l ହେଲେ ରାସ୍ତାରେ ବୁଲୁଥିବା କିଛି କୁକୁର ଚିତାବାଘ ନିକଟକୁ ଆସି ତାଙ୍କୁ ଆକ୍ରମଣ କରନ୍ତି l କିଛି ସମୟ ଧରି ବାଘ -କୁକୁର ଲଢେଇ ଚାଲିବା ପରେ ଚିତାବାଘଟି ସେଠାରୁ ଖସି ପଳାଉଛି l ପ୍ରବୀଣ କାସୱାନ ଏହି ଭିଡିଓ ସେୟାର କରିଛନ୍ତି l ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଭାରତର କୌଣସି ଏକ ସ୍ଥାନରେ ଚିତାବାଘ ଏବଂ କୁକୁର ମଧ୍ୟରେ ଯୁଦ୍ଧ ହୋଇଥିଲା, କିନ୍ତୁ ଏହା ନୂଆ ନୁହେଁ l