ଖୋଲିବ ମଦ ଦୋକାନ ଚାଲିବ ବସ





ଭୁବନେଶ୍ୱର: ମଦ ଦୋକାନ ଓ ପାନ ଦୋକାନ l ଚାଲିବ ବସ ଆଉ କ୍ୟାବ  l ବସ ମାଲିକ କେବଳ 50 ପ୍ରତିଶତ ଯାତ୍ରୀଙ୍କୁ ହିଁ ନେବା ଆଣିବା କରି ପାରିବେ l ସେହିପରି କ୍ୟାବରେ ଚାଲାକଙ୍କ ସହ ଜଣେ ମାତ୍ର ଯାତ୍ରୀ ଯାଇପାରିବେ l

କେବଳ ଗ୍ରୀନ ଜୋନରେ ଏହାକୁ ଅନୁମତି ମିଳିଛି l ତେବେ ଏଥିପାଇଁ ସର୍ତ୍ତ ରଖାଯାଇଛି l ଦୋକାନ ସମ୍ମୁଖରେ ପ୍ରତି ଲୋକଙ୍କ ମଧ୍ୟରେ ଦୂରତା 6 ଫୁଟ ରହିବ l ଗୋଟିଏ ଦୋକାନରେ 5 ଜଣରୁ ଅଧିକ ରହିବେ ନାହିଁ l ଲାକଡାଉନ ଯୋଗୁଁ ମଦ ଦୋକାନ ବନ୍ଦ ରହିଥିଲା l 

ଯେଉଁଥିପାଇଁ ଚୋରା ମଦ କାରବାର ବି ବୃଦ୍ଧି ପାଇଥିଲା l ସେହିପରି ପାନ ଦୋକାନ ବନ୍ଦ ରହିବା ଯୋଗୁଁ ପାନ ଚାଷୀ ବି ମୁଣ୍ଡରେ ହାତ ଦେଇଥିଲେ l ହେଲେ କେନ୍ଦ୍ର ପକ୍ଷରୁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କ୍ଷୁଦ୍ର ବ୍ୟବସାୟୀଙ୍କୁ  କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି l