ଉତ୍ତରପ୍ରଦେଶ: କରୋନା ଲୋକଙ୍କ ଜୀବନ ନେଉଥିବାବେଳେ ବର୍ତ୍ତମାନ ଏହା ଲୋକଙ୍କ ବୈବାହିକ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଛି । ନିକଟରେ ୟୁପିର ବରେଲିରେ ଟ୍ରିପଲ ତଲାକର ଏକ ମାମଲା ସାମ୍ନାକୁ ଆସିଛି । ଅବିଯୋଗ ହେଉଛି ଯେ ,ଲକ ଡାଉନରେ ମହିଳା ଜଣକ ନିଜ ବାପାଙ୍କ ଘରେ ଥିବା ବେଳେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ଏନେଇ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଗୋଟିଏ ପଟେ କରୋନା ବିପକ୍ଷରେ ଲଢେଇ ଜାରି ରହିଥିବା ବେଳେ ଅନ୍ୟପଟେ ଜଣେ ସ୍ୱାମୀ ତାଙ୍କର ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିଛନ୍ତି । ଅଭିଯୋଗ ହୋଇଛି ଯେ ନାସିମଙ୍କ ସ୍ୱାମୀ ନାଏମ ତାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ଛାଡି ନିଜ ସମ୍ପର୍କୀୟଙ୍କୁ ବିବାହ କରିଛନ୍ତି । ୧୯ ମାର୍ଚ୍ଚରେ ପ୍ରଥମେ ସ୍ତ୍ରୀ ନସିଂକୁ ନିଜ ବାପଘରେ ଛାଡ଼ି ଚାଲିଆସିଥିଲେ ତାଙ୍କ ସ୍ୱାମୀ । ଏହି ସମୟରେ, କରୋନା ଜୀବାଣୁ ସଂକ୍ରମଣ ହେତୁ ଲକଡାଉନ୍ ଆରମ୍ଭ ହେଲା ଏବଂ ସେ ତାଙ୍କ ଶାଶୁଙ୍କ ପାଖରେ ପହଞ୍ଚି ପାରିନଥିଲେ । ଆଉ ଏହାର ଫାଇଦା ନେଇ ତାଙ୍କ ସ୍ୱାମୀ ଦ୍ୱତୀୟ ବିବାହ କରିଛନ୍ତି ।
ଲକଡାଉନରେ ତାଙ୍କ ସ୍ୱାମୀ ଜଣେ ସମ୍ପର୍କୀୟଙ୍କୁ ବିବାହ କରିଥିଲେ । ଏଖବର ଜାଣିବା ପରେ ନାସିମଙ୍କ ପାଦତଳୁ ମାଟି ଖସି ଯାଇଥିଲା । କଣ କରିବେ କଣ ନାଇଁ କିଛି ବୁଦ୍ଧି ବାଟ ଦେଖା ଯାଉନଥିଲା । ପରେ ନାସିମ ମେରା ହକ ଫାଉଣ୍ଡେସନର ସଭାପତି ଫରହତ ନାକଭିଙ୍କୁ ଯୋଗାଯୋଗ କରିଥିଲେ । ଏହି ମାମଲାକୁ ଗୁରୁତର ସହ ଗ୍ରହଣ କରିବା ସହ ପୀଡିତାଙ୍କୁ ଧରି ବରେଲିସ୍ଥିତ ପ୍ରେମ ନଗର ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି , ଆଉ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି ।