ପୁଅକୁ ହତ୍ୟା କଲା ବାପା, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ

 

ମଧ୍ୟପ୍ରଦେଶ: ଦେଶରେ ଏହା ପ୍ରଥମ ଘଟଣା ଯେଉଁଥିରେ ଜଣେ ପିତା କରୋନା ଭୟରେ  ନିଜ ସନ୍ତାନର ଜୀବନ ନେଇଛି l ଏଭଳି ଏକ ମାମଲା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ବାଲାଘାଟରୁ l ମୃତକଙ୍କ ଭାଇ ରୂପ ଚାନ୍ଦଙ୍କ କହିବା କଥା, ଫେବୃଆରୀରେ କାମ କରିବାକୁ ସେକୁଣ୍ଡରାବାଦ ଯାଇଥିଲେ ଟେକଚନ୍ଦ l  ଲକଡାଉନ୍ ଲାଗୁ ହେବା ପରେ ସେ ସହକର୍ମୀମାନଙ୍କ ସହ ଏକ ସପ୍ତାହ ପୂର୍ବରୁ ସେଠାରୁ ଚାଲି ଆସିଥିଲେ l ମେ 1 ରେ ସେ ତହସିଲ ବାଇହାରରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ଗୋଟିଏ ଦିନ କ୍ୱାରାଣ୍ଟିନରେ ରଖାଯିବା ପରେ ଗ୍ରାମ ପଞ୍ଚାୟତ କୁଗାଓଁରେ ଦୁଇ ଦିନ ରଖାଯାଇଥିଲା l ହେଲେ ତୃତୀୟ ଦିନରେ ସମସ୍ତଙ୍କୁ ନିଜ ଘରେ କ୍ଵାରେଣ୍ଟାଇନରେ ରହିବାକୁ ପଠାଇ ଦିଆଯାଇଥିଲା l

ଯେତେବେଳେ ମେ 3 ରେ ଟେକ୍ଚାନ୍ଦ ଘରକୁ ଆସିଥିଲେ, ସେତେବେଳେ ତାଙ୍କ  ପିତା ଭୀମଲାଲ କରୋନା ସଂକ୍ରମଣ ହେତୁ ତାଙ୍କୁ ଘରକୁ ଆସିବାକୁ ଦେଇନଥିଲେ l  କହିଥିଲେ ଯେ ଆଉ କିଛି ଦିନ ଗାଁ କ୍ଵାରେଣ୍ଟାଇନ ସେଣ୍ଟରରେ ରହିବ ପାଇଁ l ବାପାଙ୍କ ଏଭଳି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା l  ଯେଉଁଥିରେ ବାପା ରାଗିଯାଇ ପୁଅ  ଟେକ୍ଚାନ୍ଦଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟିଦେଇଥିଲେ l  ଯେଉଁ କାରଣରୁ ଟେକ୍ଚାନ୍ଦ ଗୁରୁତର ଭାବେ  ଆହତ ହୋଇଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l

ପୁଅ ହାଇଦ୍ରାବାଦରୁ ଫେରିବା ପରେ ବାପା ଏବଂ ପୁଅଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା l ପଶୁକୁ ବାନ୍ଧି ରଖିବା ପାଇଁ ଯେଉଁ ଖୁଣ୍ଟ ବ୍ୟବହାର କରାଯାଏ ତାହା ସାହାଯ୍ୟରେ ପୁଅ ମୁଣ୍ଡକୁ ଦୁଇ-ତିନିଥର ଆଘାତ କରିଥିଲେ ବାପା , ଯାହା ଫଳରେ ପୁଅର ମୃତ୍ୟୁ ଘଟିଥିଲା l ଆମେ ଏନେଇ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପିତା ଭୀମଲାଲକୁ ଗିରଫ କରିଛୁ ବୋଲି କହିଛନ୍ତି ବିହାର ଏଏସପି  l