Trending

ସଚେତନ ପରେ ବି ଅମାନିଆ ପ୍ରବାସୀ, ଟ୍ରେନ ଚେନ ଟାଣି ଖସିଗଲେ ପ୍ରବାସୀ





ଭୁବନେଶ୍ୱର: ଆଜି ଓଡିଶା କୁ ଆସୁଥିବା ପ୍ରବାସୀ ମାନେ ବଲାଙ୍ଗିର କଣ୍ଟାବାଞ୍ଝିରେ ଟ୍ରେନ୍‌ ଚେନ୍‌ ଟାଣି ଓହ୍ଲାଇଥିବା ଖବର ମିଳିଛି l ସୂଚନାଅନୁଯାଇ  ଗୁଜରାଟରୁ ଶ୍ରମିକଙ୍କୁ ନେଇ କଟକ ନିର୍ଗୁଣ୍ଡି ଆସୁଥିଲା ଏହି ଶ୍ରମିକ ଟ୍ରେନ l ଏମାନଙ୍କ ଭିତରେ  ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିରର ୩୦୭ ଜଣ ପ୍ରବାସୀ ଓଡ଼ିଆ ଥିଲେ l ସେମାଙ୍କୁ ଅଟକ ରଖିଛି ବଲାଙ୍ଗୀର ପୋଲିସ l ପୋଲିସଙ୍କ କହିବା ଅନୁଯାଇ ସମସ୍ତଙ୍କୁ କ୍ବାରେଣ୍ଟାଇନ କେନ୍ଦ୍ରକୁ ନେବାକୁ ବ୍ୟବସ୍ଥା କରାଯାଉଛି l 

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ନ ଅଟିକିବାରୁ ଗଂଜାମ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଚେନ୍ ପୁଲିଙ୍ଗ କରି ଖସିଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାଇ ଗତକାଲି ତେଲେଙ୍ଗାନାର ହାଇଦ୍ରାବାଦ ନିକଟ ନାମପଲ୍ଲୀ ଠାରୁ ଖୋର୍ଦ୍ଧା ଆସୁଥିବା ଏକ ଟ୍ରେନକୁ ଆଜି ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ବାଲିବଗଡ଼ ଠାରେ ଚେନ ପୁଲିଙ୍ଗ କରି ୨ ଶହରୁ ଅଧିକ ପ୍ରବାସୀମାନେ ଓହ୍ଲାଇ ପଡ଼ିଛନ୍ତି ।

ଟ୍ରେନରେ ବହୁ ସଂଖ୍ୟାରେ ଗଂଜାମ ଜିଲ୍ଲାର ଲୋକ ଥିଲେ କିନ୍ତୁ ଟ୍ରେନଟି ଗଂଜାମ ଜିଲ୍ଲାର ଜଗନ୍ନାଥପୁର କିମ୍ବା ବ୍ରହ୍ମପୁର ଷ୍ଟେସନରେ ଅଟକି ନଥିଲା । ଫଳରେ ଟ୍ରେନରେ ବସିଥିବା ପ୍ରବାସୀମାନେ ବିରକ୍ତି ପ୍ରକାଶ କରି ଚେନ ପୁଲିଙ୍ଗ କରିଥିଲେ । ସେମାନେ ସେଠାରୁ ଚାଲି ଚାଲି ଯାଉଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ ।

ଘଟଣାସ୍ଥଳରେ ପୁଲିସ, ଆରପିଏଫ ପହଞ୍ଚି କିଛି ପ୍ରବାସୀଙ୍କୁ ଅଟକ ରଖିଥିବା ବେଳେ ଆହୁରି କିଛି ପ୍ରବାସୀ ଖସିଯାଇଥିଲେ । ତେବେ ଧରାପଡ଼ିଥିବା ପ୍ରବାସୀମାନଙ୍କର କହିବା ଅନୁସାରେ ଗଂଜାମ ଜିଲ୍ଲାରେ ୨ଟି ଷ୍ଟେସନ ପ୍ରବାସୀଙ୍କ ପାଇଁ ଥିଲେ ମଧ୍ୟ କୌଣସି ଠାରେ ଏହା ନ ଅଟକିବାରୁ ସେମାନେ ବାଧ୍ୟ ହୋଇ ଚେନ ପୁଲିଙ୍ଗ କରିଥିଲେ ।

ଶ୍ରମିକମାନେ ଏଭଳି ବାରମ୍ବାର ଚେନ ପୁଲିଙ୍ଗ କରି ଖସି ପଳାଇବା ସରକାର ଏବଂ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି l  ତେବେ ଆଗାମୀ ଦିନରେ ସରକାର ଏମାନଙ୍କ ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା


Tags

Related Articles

Back to top button
Close