Trending

କାର କି ସୁପର ବାଇକ ନୁହେଁ, ଧୋନି କିଣିଲେ ଟ୍ରାକ୍ଟର – କାରଣ ଜାଣିଲେ ଆପଣ ବି କହିବେ, ସାବାସ ମାହି





ଚେନ୍ନାଇ: ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କର ବହୁ ଦାମୀ ଗାଡି ରହିଛି । ସେ ଏସୟୁଭି ଠାରୁ ଆରମ୍ଭ କରି ଅନେକ ସୁପରବାଇକ୍ ପର୍ଯ୍ୟନ୍ତ ,ସବୁକିଛି ରହିଛି ତାଙ୍କ ପାଖରେ । ହେଲେ ଏବେ ଧୋନି କୌଣସି ସୁପର ବାଇକ କି କାର କିଣି ନାହାନ୍ତି । ଚଳିତ ଥର ମହିନ୍ଦ୍ରା ସ୍ୱରାଜ ଟ୍ରାକ୍ଟର କିଣିଛନ୍ତି ଧୋନି ।

କରୋନାଭାଇରସ୍ ମହାମାରୀ ମଧ୍ୟରେ ଧୋନି ରାଞ୍ଚିରେ ଥିବା ତାଙ୍କ ଘରେ ସମୟ ବିତାଉଛନ୍ତି। ଏହି ସମୟ ମଧ୍ୟରେ ସେ ନିଜର ଅନେକ ସମୟ ଚାଷ ପାଇଁ ଉତ୍ସର୍ଗ କରୁଛନ୍ତି ଏବଂ ଏଥିପାଇଁ ସେ ମହିନ୍ଦ୍ରା ସ୍ୱରାଜ ଟ୍ରାକ୍ଟର କିଣିବାକୁ ପସନ୍ଦ କରିଛନ୍ତି।

ଗତ କିଛି ମାସ ମଧ୍ୟରେ ଧୋନି ପ୍ରାକୃତିକ ଉପାୟରେ ଚାଷ କରିବାକୁ ଚେଷ୍ଟା କରୁଛନ୍ତି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାଙ୍କ ଅଟୋ ଏବଂ ଫାର୍ମ ସେକ୍ଟରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ ଜେଜୁରିକର ମଧ୍ୟ ମହିନ୍ଦ୍ରା ସ୍ୱରାଜ ଟ୍ରାକ୍ଟର କିଣିଥିବାରୁ ଧୋନିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, “ଯେହେତୁ ଭାରତ ଆଡକୁ ଗତି କରୁଛି, ଏମଏସ ଧୋନି ମଧ୍ୟ ସେଇ ସ୍ରୋତରେ ଆଗକୁ ଯାଉଛନ୍ତି। ରାଞ୍ଚିରେ ଆପଣଙ୍କ ଚାଷ ପାଇଁ ସ୍ୱରାଜ ଟ୍ରାକ୍ଟର ଚୟନ କରିଥିବାରୁ ଧନ୍ୟବାଦ।”


Tags

Related Articles

Back to top button
Close