ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ହେଉଛି ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର । ଏହାକୁ ଧ୍ୟାନରେ ରଖି ଜେମୋପାଇ ଇଲେକ୍ଟ୍ରିକ୍ ଏହାର ମିନି ଇ-ସ୍କୁଟର ମିସୋକୁ ବଜାରରେ ଲଞ୍ଚ କରିଛି ।
ଏହି ସ୍କୁଟରର ମୂଲ୍ୟ ୪୫ ହଜାର ଟଙ୍କାରୁ କମ୍, ଏହାର ଗୋଟିଏ ସିଟ୍ ମଧ୍ୟ ରହିଛି । ଅର୍ଥାତ୍ କେବଳ ଡ୍ରାଇଭର ସ୍କୁଟର ଚଲାଇ ପାରିବେ । ଏହି ସମୟରେ, ଏହି ସ୍କୁଟର ଚଳାଇବା ପାଇଁ ଲାଇସେନ୍ସର କୌଣସି ଟେନସନ ମଧ୍ୟ ରହିବ ନାହିଁ ।
ଜେମୋପାଇ ଇଲେକ୍ଟ୍ରିକ୍ ଏକ ବିବୃତ୍ତିରେ କହିଛି ଯେ କମ୍ପାନୀ ଏହି ମିନି ସ୍କୁଟର ବୁକିଂ ଆରମ୍ଭ କରିଛି। ଆସନ୍ତା ମାସରୁ ଏହା ବିତରଣ କରାଯିବ । ଥରେ ଏହି ସ୍କୁଟର ସମ୍ପୂର୍ଣ୍ଣ ଭାବେ ଚାର୍ଜ ହୋଇଗଲେ, ୭୫ କିଲୋମିଟର ପର୍ଯ୍ୟନ୍ତ ଆପଣ ଯାତ୍ରା କରିପାରିବେ ।
ଦୁଇ ଘଣ୍ଟା ମଧ୍ୟରେ ସ୍କୁଟରକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ ବୋଲି କମ୍ପାନୀ ଦାବି କରିଛି । ଏହି ସ୍କୁଟର ଚଳାଇବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ର କୌଣସି ଲାଇସେନ୍ସ କିମ୍ବା ଅନୁମତି ଆବଶ୍ୟକ ପଡିବ ନାହିଁ । ଏହି ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୫ କିଲୋମିଟର ରହିଛି |