Trending

Mercedes କିଣିବାକୁ ହେଲେ ଆପଣଙ୍କୁ କେତେ ଟଙ୍କା Income କରିବାକୁ ପଡିବ?





ଭୁବନେଶ୍ୱର:   ଦାମି କାରଟେ କିଣିବାକୁ କାହାର ବା ଇଚ୍ଛା ନ ଥାଏ । ସମସ୍ତେ ଚାହାନ୍ତି ଦାମି କାରଟେ କିଣି ସେଥିରେ ବୁଲିବାକୁ ।  କିନ୍ତୁ ଏହି ଦାମି କାର୍ କିଣିବା ସ୍ୱପ୍ନ ସମସ୍ତଙ୍କର ପୁରା ହୋଇପାରେ ନାହିଁ । ଖାଲି ଦାମି କାରଟେ କିଣିଦେଲେ ହେବ ନାହିଁ । ଏହା ସହିତ ତାର ରକ୍ଷଣା ବେକ୍ଷଣ ନିହାତି ଦରକାର । ଯାହା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଏହି ଦାମି କାର ସବୁ କିଣିବାକୁ ଯେତିକି ଟଙ୍କା ଖର୍ଚ କରିବାକୁ ପଡେ ତାଠୁ ଅଧିକ ଟଙ୍କା କାରର ରକ୍ଷଣା ବେକ୍ଷଣରେ ପଳାଏ । ତେବେ ଆସନ୍ତୁ ଜାଣିବା ଗୋଟେ ଦାମି କାର କିଣିବାକୁ ହେଲ ଓ ତାର ଦେଖାଶୁଣା କରିବାକୁ ହେଲେ ଗୋଟିଏ ବ୍ୟକ୍ତିର ସର୍ବନିମ୍ନ ଆୟ କେତେ ହେବା ଦରକାର ।  

ଯେଉଁ ବ୍ୟକ୍ତିର ବାର୍ଷିକ Income Tax Return ୧୫ ଲକ୍ଷ ଥିବ, ସେହି ବ୍ୟକ୍ତି ହିଁ ୮ ଲକ୍ଷ down payment  ଦେଇପାରିବ । ତାହାଲେ ଯାଇକି ସେ ଏକ ଦାମି କାର କିଣିବାକୁ ସକ୍ଷମ ହେବ । କେବଳ ଏତିକି ନୁହେଁ, ଏହା ସହ ଗାଡିର ମାସିକ EMI ୭୯,୬୩୨ ଦେବା ସହ ମାସକୁ ୧୭ ହଜାର ୫୬୪ ଟଙ୍କା ଗାଡିର ତେଲ ପାଇଁ ଖର୍ଚ୍ଚ କରିବାକୁ ପଡିବ । ତାହାଲେ ଯାଇ ଜଣେ ଇଣ୍ଡିଆରେ  ଦାମି କାର କିଣିପାରିବ । 

ଗୋଟେ Entry Level Luxury  କାର କିଣିବାକୁ ଏବେ ଲୋକଙ୍କ ପାଖରେ ବହୁତ ମାଧ୍ୟମ ଅଛି । ଏବେ ୩୨ ଲକ୍ଷରୁ ଆରମ୍ଭ କରି ୪୩ ଲକ୍ଷ ପର୍ଯ୍ୟନ୍ତ ଦାମି ଗାଡି ବଜାରରେ ଉପଲବ୍ଧ ହେଲାଣି । ଦେଶର ଅର୍ଥନୀତି ସହ ବଜାରରେ କାରରେ ଦର ମଧ୍ୟ ସେହି ପରିମାଣରେ ବଢୁଛି । 

ଏବେ ବଜାରରେ ମିଳୁଥିବା Entry Level Luxury କାର ଗୁଡିକ ହେଲା, କ୍ଲାସ-ଏ, କ୍ଲାସ-ବି ଏବଂ ମିନି । ଯେଉଁ ମାନଙ୍କର ଆଗରୁ ଏକ Luxury କାର ଅଛି ଆଉ ପୁଣି ଥରେ ସେମାନେ ଏକ କାର କିଣିବାକୁ ଚାହିୁଁଛନ୍ତି, ତେବେ ସେହି ମାନେ ଏହି କାର ସବୁ କିଣି ଥାନ୍ତି ।  


Tags

Related Articles

Back to top button
Close