ଦୀପା ସାହୁଙ୍କ ପାଇଁ ଆଗେଇଆସିଲେ ଅଭିନେତା ଆଉ ଅଭିନେତ୍ରୀ, ସ୍ୱାସ୍ଥ୍ୟାବସ୍ଥା ବୁଝିଲେ, ଆର୍ଥିକ ସହାୟତା ମଧ୍ୟ ଦେଲେ

ଭୁବନେଶ୍ୱର: ଅଭିନେତ୍ରୀ ଦୀପା ସାହୁଙ୍କ ପାଇଁ ଆଗେଇ ଆସିଲେ ସହଯୋଗୀ । କ୍ୟାନସରରେ ପୀଡିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଭିନେତ୍ରୀ ଦୀପା ସାହୁଙ୍କ ଚିକିତ୍ସା ପାଇଁ ଅର୍ଥ ସହଯୋଗ କରିବାକୁ ତାଙ୍କ ସ୍ୱାମୀ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ l

https://www.instagram.com/p/CB0aylPj71F/

ସୋସିଆଲ ମିଡିଆରେ ନିବେଦନ କରିବା ସହ ଅନଲାଇନ ପେମେଣ୍ଟ ନଂ ମଧ୍ୟ ଦେଇଥିଲେ l ତାପରେ ବହୁ ବରିଷ୍ଠ ସିନେ ଅଭିନେତା ଅଭିନେତ୍ରୀମାନେ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି । ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ହସପିଟାଲ ଯାଇ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥିଲେ ।

ସେମାନଙ୍କ ମଧ୍ୟରେ ଥିଲେ ଶ୍ରୀତମ ଦାସ , ବିଦୁସ୍ମିତା ଦାସ, ଲୀନା ଏବଂ ରାନିପଣ୍ଡା l ଯାତ୍ରା ଅଭିନେତ୍ରୀ ଦୀପା ସାହୁଙ୍କୁ ଜଣେ ଭଲ ଅଭିନେତ୍ରୀ ଭାବେ ଭଲ ପାଆନ୍ତି ରାନୀ ପଣ୍ଡା । ଅଭିନେତ୍ରୀ ଦୀପା ସାହୁ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ବୋଲି ରାଣୀ ପଣ୍ଡା କହିଛନ୍ତି ।

https://www.instagram.com/p/CBpgOMCp_dJ/