Trending

ବିଧାନସଭା କର୍ମଚାରୀଙ୍କୁ ବାଚସ୍ପତିଙ୍କ କଡା ଚେତାବନୀ, ମାଦକ ସେବନ କଲେ ଯିବ ଚାକିରୀ





ଭୁବନେଶ୍ୱର: ବିଧାନସଭା କର୍ମଚାରୀଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କଡା ଚେତାବନୀ l ବିଧାନସଭା ପରିସରକୁ କୌଣସି କର୍ମଚାରୀ ପାନ, ସିଗାରେଟ, ମଦ କି ଗୁଟୁଖା ଖାଇ ଆସିପାରିବେ ନାହିଁ l କୌଣସି କର୍ମଚାରୀ ଯଦି ଅବକାରୀ ସେବନ କରୁଥିବା ସମୟରେ ଧରାପଡ଼ନ୍ତି ତେବେ ତାଙ୍କୁ ତୁରନ୍ତ ଚାକିରୀରୁ ବରଖାସ୍ତ କରାଯିବ ବୋଲି କହିଛନ୍ତି ବାଚସ୍ପତି l

ଭୁବନେଶ୍ୱରରେ ଥିବା ଜାତୀୟ ବିଜ୍ଞାନ ସୂଚନା କେନ୍ଦ୍ରରେ ଲୋକସେବା ବାଚସ୍ପତି ଓମ ପ୍ରକାଶ ବିର୍ଲା ଭିଡିଓ କନଫେରେନ୍ସି ଜରିଆରେ ଆଜି ସମସ୍ତ ରାଜ୍ୟର ବାଚସ୍ପତିଙ୍କ ସହ କରୋନା ସମ୍ପର୍କରେ ଆଲୋଚନ କରିଥିଲେ l 

ଆଲୋଚନ ପରେ ବାଚସ୍ପତି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଥିଲେ ଯେ,  ବିଧାନସଭା ପରିଷରରେ ଖୋଲିବ ସହାୟତା କେନ୍ଦ୍ର l ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସହାୟତା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି l

ଆସନ୍ତାକାଲି ଠାରୁ ସମସ୍ତ ବିଧାୟକ ନିଜ ନିଜ ନିର୍ବାଚନ ମଣ୍ଡଳୀର ପ୍ରବାସୀ ଶ୍ରମିକଙ୍କ ତଥ୍ୟ ପ୍ରଦାନ କରିବେ l ସେହି ତାଲିକାକୁ ଲୋକସେବା ବାଚସ୍ପତି ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ କିଭଳି ପ୍ରବାସୀ ଶ୍ରମିକଙ୍କ ସହାୟତା କରାଯିବ ସେନେଇ ପ୍ରୟାସ କରାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର l


Tags

Related Articles

Back to top button
Close