Trending

ସରକାରଙ୍କ ଗାଇଡ଼ ଲାଇନକୁ ମାନିଲେନି ମଦ ଦୋକାନୀ, କାଉଣ୍ଟରରେ ଲୋକଙ୍କ ଭିଡ଼





ଭୁବନେଶ୍ୱର: ଆଜି ସକାଳେ ରାଜଧାନୀରେ ମଦ କାଉଣ୍ଟର ଆଗରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l ଅନ୍‌ଲାଇନ ମଦ ବିକ୍ରି ପାଇଁ କାଉଣ୍ଟର ଖୋଲିବା ବେଳେ ଦୋକାନ ସାମ୍ନାରେ ପ୍ରବଳ ଗହଳି ହୋଇଥିଲା l ଲୋକେ ମଧ୍ୟ ସାମାଜିକ ଦୂରତ୍ୱକୁ ଫୁ କରିଦେଇଥିବା ନଜର ଆସିଥିଲା l 

ଦୋକାନ ସାମ୍ନାରେ ମାଳ ମାଳ ଗାଡି ଛିଡା  ହୋଇଥିଲା l ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଖୋଦ ରାଜଧାନୀର ବାପୁଜିନଗର ଏବଂ ପୁରୁଣା ଷ୍ଟେସନ ବଜାର କାଉଣ୍ଟରରେ l ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା l ପରେ 

ବାପୁଜି ନଗର ଓ ପୁରୁଣା ଷ୍ଟେସନ ବଜାର କାଉଣ୍ଟରକୁ ବନ୍ଦ କରିଛି  ପୋଲିସ l ସରକାରଙ୍କର ସମସ୍ତ ଗାଇଡ଼ ଲାଇନ କୁ ଭୁଲି ଯାଇଥଲେ ଲୋକେ l ସୂଚନା ଅନୁଯାଇ ଦୋକାନ ସାମ୍ନାରେ ଛିଡା  ହୋଇଥିବା ଗାଡିକୁ ଜବତ କରିଛି ପୋଲିସ l ଆଉ ଯେଉଁମାନେ ସରକାରଙ୍କର ସମସ୍ତ ନିୟମକୁ ଉଲଙ୍ଘନ କରିଛନ୍ତି ସେମାନଙ୍କ ଉପରେ ଆଇନ ଅନୁଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I


Tags

Related Articles

Back to top button
Close