OdiaTrending

ଜୀବନ – ଜୀବିକା ତଥା ଉତ୍ତର ଦାୟାଦଙ୍କ ଭବିଷ୍ୟତ ପାଇଁ ପଥପ୍ରାନ୍ତ ନାଟକ ମହାସଂଘର ପ୍ରୟାସ

ଭୁବନେଶ୍ୱର: ସାମାଜିକ ସଚେତନତା ବାର୍ତ୍ତା ଗାଁ ଗାଁ ରେ ଉପକୂଳ ଠାରୁ ଆରମ୍ଭ କରି ଦୁର୍ଗମ ଗିରିବନରେ ପହଂଚାଉଥିବା ଓଡିଶା ପଥ ପ୍ରାନ୍ତ ନାଟ୍ୟ କର୍ମୀ ମାନେ ନିଜ ନିଜର ଜୀବନ ଓ ଜୀବିକାକୁ ସୁରକ୍ଷିତ କରିବା ପାଇଁ ଏବଂ ନିଜ ପାଇଁ ତଥା ଉତ୍ତର ଦାୟାଦ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ପଥପ୍ରାନ୍ତ ନାଟକ ମହାସଂଘ ଗଠନ କରିଛନ୍ତି | ଯାହାର ପ୍ରଥମ ଅଧିବେଶନ ଜୁନ ମାସରେ ଅନୁଷ୍ଠିତ ହୋଇଯାଇଥିଲା |

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ପଥପ୍ରାନ୍ତ ନାଟକ ମହାସଂଘର ଦ୍ୱିତୀୟ ବୈଠକ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହେବା ସହିତ ଭିଡ଼ିଓ କନଫରେନସିଂ ମାଧ୍ୟମରେ ସମସ୍ତ ସଭ୍ୟ, ସଭ୍ୟା ମାନଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ବର୍ଷ ୨୦୨୦ -୨୦୨୩ ପାଇଁ କର୍ମକତା ନିର୍ବାଚନ ମଧ୍ୟ ଭିଡ଼ିଓ କନଫରେନସିଂ ମାଧ୍ୟମରେ କରା ଯାଇଥିଲା | ବିଭିନ୍ନ ଜିଲ୍ଲାରେ ଥିବା ପଥ ପ୍ରାନ୍ତ ନାଟ୍ୟକର୍ମୀ ମାନେ ନିଜର ସୁଚିନ୍ତିତ ମତା ମତ ଭିଡ଼ିଓ କନଫରେନସି ମାଧ୍ୟମରେ ପ୍ରଦାନ କରିବା ସହିତ ନିଜ ନିଜ ର ଖୁସି ବ୍ୟକ୍ତ କରିଥିଲେ |

ବର୍ଷ ୨୦୨୦ -୨୦୨୩ ପାଇଁ ଶ୍ରୀ ଶତ୍ରୁଘ୍ନ ସାମଲ ସଭାପତି, ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ଉପସଭାପତି, ଶ୍ରୀ ଜିତେନ୍ଦ୍ର କୁମାର ପଟ୍ଟନାୟକ ସମ୍ପାଦକ, ଶ୍ରୀ ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୁଗ୍ମ ସମ୍ପାଦକ, ଶ୍ରୀମତୀ ସ୍ଵର୍ଣ ଲତା ଜେନା କୋଷାଧକ୍ଷ, ଶ୍ରୀ ବିଭୁଦତ୍ତ ଦୀକ୍ଷିତ ଗଣମାଧ୍ୟମ ସଂଯୋଜକ, ଶ୍ରୀ ନିତ୍ୟ ପ୍ରକାଶ ସ୍ୱାଇଁ, କାର୍ଯ୍ୟକ୍ରମ ନିସପାଦକ, ଶ୍ରୀ ରଞ୍ଜନ କୁମାର ନାୟକ, ଓ ଶ୍ରୀମତୀ ପ୍ରଭାସିନୀ ରାଉତ ଏକଯୁକେଟିଭ ମେମ୍ବର ଭାବେ ସର୍ବ ସମ୍ମତି ଭାବେ ନିର୍ବାଚିତ ହେଇଥିଲେ | ଶ୍ରୀ ଦୁର୍ଗା ଆଚାର୍ଯ୍ୟ, ଶ୍ରୀ ସତ୍ୟ ରଞ୍ଜନ ରାଉତ, ଶ୍ରୀ ସୁବ୍ରତ ଦାସ, ଶ୍ରୀମତୀ ପୁର୍ଣିମା ସାହୁ, ଶ୍ରୀମତୀ ଜୟଶ୍ରୀ ଦାସ, ଶ୍ରୀ ପଙ୍କଜ ମହାନ୍ତି, ପ୍ରମୁଖ ନିର୍ବାଚନ ପ୍ରକ୍ରିୟାରେ ଭାଗ ନବା ସହ ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ |

Tags

Related Articles

Back to top button
Close