Trending

ବୃଦ୍ଧାଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ବାର୍ଦ୍ଧକ୍ୟ , ସୋସିଆଲ ମିଡିଆରେ ଜେଜେମାଙ୍କୁ ନେଇ ଚର୍ଚ୍ଚା





ମୁମ୍ବାଇ: ବର୍ତ୍ତମାନ ପରିସ୍ଥିତିରେ, ସମସ୍ତ ଲୋକ ନିଜ ସ୍ତରରେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଲୋକଙ୍କୁ ସାହାଯ୍ୟ କରୁଥିବା ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।  ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭାଇରାଲ ଭିଡିଓରେ ମୁମ୍ବାଇର ଜଣେ ୯୯  ବର୍ଷ ବୟସ୍କା ବୃଦ୍ଧ ମହିଳା ଜଣକ ଲୋକଙ୍କ ପାଇଁ ଖାଦ୍ୟ ପ୍ୟାକ୍ କରୁଥିବାର ଦେଖିବାକୁ ମିଳୁଛି । ସେ ନିଜ ଘରର ଡାଇନିଂ ଟେବୁଲରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ କରୁଛନ୍ତି । ଏହି ଭିଡିଓକୁ  ଜାହିଦ ଏଫ ଅବ୍ରାହିମ ସେୟାର କରିଛନ୍ତି। ଭିଡିଓ ସେୟାର କରିବା ସମୟରେ ଜାହିଦ ଲେଖିଛନ୍ତି, ଏହି ବୃଦ୍ଧ ମହିଳା ମୋର ମାଉସୀ, ଯିଏ ମୁମ୍ବାଇର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ କରୁଛନ୍ତି ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ମାତ୍ରେ ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧  ଲକ୍ଷରୁ ଅଧିକ ଭ୍ୟୁ ପାଇଛି | କେବଳ ଏତିକି ନୁହେଁ, ଭିଡିଓରେ ଏପର୍ଯ୍ୟନ୍ତ ୧୧  ହଜାରରୁ ଅଧିକ ଲାଇକ୍ ଏବଂ ୧୭  ଶହ ରିଟ୍ୱିଟ ଗ୍ରହଣ କରାଯାଇଛି। ଲୋକମାନେ ମଧ୍ୟ ଭିଡିଓଟି ଦେଖି ଭାବପ୍ରବଣ ମନ୍ତବ୍ୟ ଦେଉଛନ୍ତି । ଆଉ କିଏ କିଏ ଜେଜେମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


Tags

Related Articles

Back to top button
Close