ସକ୍ରେଡ୍ ଗେମ୍ସ ଓ ମିର୍ଜାପୁର କୁ ପଛରେ ପକେଇଦେଲା ‘ପାତାଲ୍ ଲୋକ୍ ‘

 

ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେଲା ‘ପାତାଳ ଲୋକ’ | ଅନୁଷ୍କା ଶର୍ମା ପ୍ରଡୁକ୍ସନରେ ନିର୍ମିତ  ୱେବ ସିରିଜ ‘ପାତାଳ ଲୋକ’ | ଯାହାକୁ ଦେଖି ସମସ୍ତ ଦର୍ଶକ ଭୁରି ଭୁରି ପ୍ରଶଂସା କରିବାରେ ଲାଗିଛନ୍ତି |

ଶୁକ୍ରବାର ମଧ୍ୟରାତ୍ରିରେ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ ହେଲା ଅପରାଧ ରୋମାଞ୍ଚଭରା ୱେବ ସିରିଜ ‘ପାତାଳ ଲୋକ’ | ସୋ’ କୁ ଦେଖି ସାରିବା ପରେ ଅନେକ ଦର୍ଶକ ସେମାନଙ୍କର ସୋସିଆଲ ମିଡ଼ିଆ ଏବଂ ଟ୍ୱିଟରରେ ସମୀକ୍ଷା କରିବା ସହ ସେୟାର କରିଛନ୍ତି | ଅଧିକାଂଶ ଏହି ୱେବ ସିରିଜର କାହାଣୀକୁ ପସନ୍ଦ କରିଛନ୍ତି |

ନେତୀଜେନ୍ସ,  ଜୟଦୀପ ଅହଲୱାଟ ଭୂମିକାରେ ଏବଂ ନୀରଜ କବିଙ୍କୁ ସେମାନଙ୍କର ଚମତ୍କାର ଅଭିନୟ ପାଇଁ ପ୍ରଶଂସା କରିଛନ୍ତି। ଅନେକେ ଏହାକୁ ଭାରତ ବାହାରୁ ଆସିଥିବା ସବୁଠୁ ଭଲ ୱେବ୍ ସୋ’ ବୋଲି ମତ ଦେଉଛନ୍ତି |

କେହି କେହି ସାରା ରାତି ଉଜାଗର ରହି ଏହି ସୋ’ କୁ ଦେଖିଛନ୍ତି | ଜଣେ ଦେଖଣାହାରୀ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ” ଏହି ୱେବ ସିରିଜ ‘ସକ୍ରେଡ଼ ଗେମ୍ସ ‘ ଓ ‘ ମିର୍ଜାପୁର’ ର – ବାପା  ଏବଂ ସମସ୍ତେ ଏହି ସୋ’ କୁ  ଦେଖିବାକୁ ଅନୁରୋଧ କରିଛନ୍ତି” |

”ଭାରତୀୟ ୱେବ୍ ସିରିଜ୍ ଇତିହାସରେ ଏହା ଏକ ଉଜ୍ଜ୍ୱଳ ଅଧ୍ୟାୟ ଆଣିଦେବ | ଲକଡାଉନ ସମୟରେ ଯଦି  ଏ ସିରିଜ ନ ଦେଖନ୍ତି, ତେବେ ଆପଣ ଗୋଟେ ଜିନିଷ ଦେଖିବାରୁ ବଂଚିତ ହେବେ” ବୋଲି ଅନ୍ୟ ଜଣେ ଉପଭୋକ୍ତା ଦୃଢତାର ସହ ତାଙ୍କ ଟ୍ୱିର୍ଟର ରେ ଉଲ୍ଲେଖ କରିଛନ୍ତି |

କରୋନାଭାଇରସ ପାଇଁ ସାରା ଦେଶରେ ସିନେମା ହଲଗୁଡିକ ବନ୍ଦ ଥିବା ସତ୍ୱେ ଡିଜିଟାଲ ପ୍ଲାଟଫର୍ମର ଏଭଳି ୱେବ ସିରିଜ ଦର୍ଶକମାନଙ୍କୁ ଏଣ୍ଟରଟେନମେଣ୍ଟ ର ଖୋରାକ ଯୋଗାଉଛି |