Trending

ପାକିସ୍ତାନ ବିମାନ ଦୁର୍ଘଟଣା: ନିଶ୍ଚିତ ଧ୍ବଂସ ମୁଖରୁ କେମିତି ରକ୍ଷାପାଇଲେ ମହମ୍ମଦ ଜୁବେର, ଆସନ୍ତୁ ଜାଣିବା





”ମୋ ଆଖିଆଗରେ ବିମାନ ଭିତରେ ନିଆଁ ଆଉ ଧୂଁଆ | ମୃତ୍ୟୁ ମୋ ସମ୍ମୁଖରେ | ମୁଁ କଣ କରିବି ନ କରିବି ଭାବିଲା ବେଳକୁ ମାଟି ଉପରୁ ୧୨ ଫୁଟ ଉଚ୍ଚତାରେ ଥିବା ଅବସ୍ଥାରେ ବିମନାରୁ ଡ଼େଇଁ ପଡିଲି | ତା ପରେ ତତକ୍ଷଣାତ ଦୌଡ଼ି ବାକୁ ଲାଗିଲି ଆଉ ତା ପରେ କଣ ହେଲା ମୁଁ ଜାଣିନି” | ଏଭଳି ଲୋମଟାଙ୍କୁରା ଘଟଣା କହୁ କହୁ ଭାବ ବିହ୍ଵଳ ହେଇ ପଡ଼ିଥିଲେ ମହମ୍ମଦ ଜୁବେର |

ପାକିସ୍ତାନର କରାଚି ନିବାସୀ ମହମ୍ମଦ ଜୁବେର ବୃତ୍ତିରେ ଜଣେ ସିଭିଲ ଇଞ୍ଜିନିୟର ଏବଂ ଚାକିରୀ ପାଇଁ ଲାହୋରଠାରୁ ୮୨  କିଲୋମିଟର ଦୂରରେ ଥିବା ସିଆଲକୋଟ ସହରକୁ ଯାଇଥିଲେ। ୨୫ ବର୍ଷ ବୟସ୍କ ଜୁବେର ଅବିବାହିତ ଏବଂ ଛଅ ଭାଇଭଉଣୀଙ୍କ ମଧ୍ୟରୁ ସାନ ଥିଲେ | ସେ ନିଜ ପରିବାର ସହିତ ଇଦ୍ ପାଳନ କରିବା ପାଇଁ ପିକେ  ୮୩୦୩ ବିମାନରେ ଘରକୁ ଫେରୁଥିଲେ |

ଡାକ୍ତରଖାନା ଶଯ୍ୟାରେ ଶୋଇଥିବାବେଳେ ତାଙ୍କ ପାଖରେ ସମ୍ପର୍କୀୟ ଭାଇ ଅର୍ଶଦ ଅଲିଙ୍କ ସହ କଥାବାର୍ତ୍ତା ହେଉଥିଲେ ଜୁବେର  । ଗତ ଶୁକ୍ରବାର ଦୁର୍ଘଟଣା ସମୟର  କଥା ବଖାଣୁଥିଲେ ସେ | ଦୁର୍ଘଟଣା ଗ୍ରସ୍ତ ସମୟରେ ପାଇଲଟ ଯାତ୍ରୀମାନଙ୍କୁ କୌଣସି ଘୋଷଣା କରିନାହାଁନ୍ତି | ପାଇଲଟ୍ କିନ୍ତୁ କରାଚିର ଜିନ୍ନାହ  ଅନ୍ତର୍ଜାତୀୟ ବିମାନବନ୍ଦରରେ ଥରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କରିପାରିନଥିଲେ | ବିମାନଟି ପୁଣି ଆରୋହଣ କଲା ଏବଂ ପାଇଲଟ ମାଲିର କ୍ୟାଣ୍ଟରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ ଅଥଚ ତାହା କରିବାରେ ବିଫଳ ହେବା ପରେ ସେ ପୁନର୍ବାର କରାଚି ବିମାନବନ୍ଦରକୁ ଅବତରଣ କରିବାକୁ ଯାଇଥିଲେ ଏବଂ ସେତେବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା |

ମାଲିର କ୍ୟାଣ୍ଟ କରାଚି ବିମାନବନ୍ଦରଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଏକ ସାମରିକ କ୍ଷେତ୍ର ଅଟେ |

ଜୁବେର କହିଛନ୍ତି ଯେ, ”ବିମାନଟି ଅତି କମ୍ ଉଚ୍ଚତାରେ ଉଡିବା ଏବଂ କ୍ରମାଗତ ଭାବରେ ଉଚ୍ଚତା ହରାଇବା ଦେଖି ଭୟରେ ନିଜ ମୁହଁକୁ ଘୋଡେଇ ଦେଇଥିଲେ | ପରବର୍ତ୍ତୀ ସମୟରେ ଦେଖିଲି ବିମାନରେ ନିଆଁ ଏବଂ ଧୂଆଁ | ମୁଁ ମୋ ସିଟ୍ ବେଲ୍ଟ ଖୋଲି ଚାରିଆଡ଼କୁ ଚାହିଁଲି | ଆଲୋକ ଦେଖିବା ପୂର୍ବରୁ ମୋତେ କିଛି ସମୟ ଲାଗିଲା ଏବଂ ମୁଁ ସେହି ଆଲୋକ ଆଡକୁ ଚାଲିବାକୁ ଲାଗିଲି | ଅନ୍ୟ ଉପାୟ ନପାଇ ଡେଇଁ ପଡିଲି ତଳକୁ ବୋଧହୁଏ ୧୦ ରୁ ୧୨ ଫୁଟ ତଳକୁ | ମୋ ଚାରିପାଖରେ କ୍ଷତିଗ୍ରସ୍ତ ଘର ଏବଂ କିଛି ସ୍ଥାନରେ ନିଆଁ ଦେଖିପାରିଲି | ମୁଁ ରାସ୍ତାରେ ଦୌଡିବାକୁ ଲାଗିଲି  କିନ୍ତୁ ମୁଁ ଚେତାଶୂନ୍ୟ ହୋଇଯିବା ବେଳକୁ ଅଧିକ ବାଟ  ଯାଇପାରିଲି ନାହିଁ | ଚେତା ଅସିଲାବେଳକୁ ମୁଁ  ଆମ୍ବୁଲାନ୍ସରେ ଥିଲି | ମୋତେ ଜିନ୍ନା ଡାକ୍ତରଖାନା ନିଆଯାଉଥିବା କୁହାଗଲା। ”

କରାଚୀ ଜନବହୁଳ ମଡେଲ କଲୋନୀ ଅଞ୍ଚଳରେ ଗତ ଶୁକ୍ରବାର ଦିନ ପି ଆଇଏ ବିମାନ ପିକେ  ୮୩୦୩ ଦୁର୍ଘଟଣାଗ୍ରସ୍ତ ହୋଇଛି |

ଜିନ୍ନା ହସ୍ପିଟାଲରେ ଜଣେ ଡାକ୍ତର ଜୁବେରଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବର ମାଗିଥିଲେ ଏବଂ ସେ ତାଙ୍କ ବଡ଼ ଭାଇର ନମ୍ବର ଦେଇଥିଲେ |

ଜୁବେରଙ୍କ ସମ୍ପର୍କୀୟ ବଡ ଭାଇ ଅର୍ଶଦ ଅଲି କହିଛନ୍ତି ଯେ, ଦୁର୍ଘଟଣା ବିଷୟରେ ଜାଣିବା କ୍ଷଣି  ବିମାନ ନମ୍ବର ନିଶ୍ଚିତ କରିବା ପାଇଁ ସେ ପ୍ରଥମେ ଜୁବାଇଙ୍କ  ନିଯୁକ୍ତିଦାତାଙ୍କୁ ଡାକିଥିଲେ। ଯେତେବେଳେ ନିଯୁକ୍ତିଦାତା ତାଙ୍କୁ  ପିକେ  ୮୩୦୩ ବିମାନ କହିଥିଲେ | ସେତେବେଳେ ମୋ ଆଖି ଆଗରେ ସମଗ୍ର ବିଶ୍ୱ ଭାଙ୍ଗିଲା ଭଳି ଅନୁଭବ କଲି | ସମସ୍ତେ ଆମେ ଘରେ ଇଦ୍ ପାଳନ କରିବାକୁ ଅପେକ୍ଷା କରିଥିଲୁ  | ଆଉ କଣ ଫେରିବ, ସେ ନେଇ ଆରମ୍ଭ ହେଇ ଯାଇଥିଲା କାନ୍ଦ ବୋବାଳି | ପୁରା ପରିବାର ଘରୁ ବାହାରି କେତେଜଣ ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ଯାଇଥିବା ବେଳେ କିଛି ଡାକ୍ତରଖାନା ଯାଇଥିଲେ | ମୁଁ ଦୁର୍ଘଟଣା ସ୍ଥଳକୁ ଯାଉଥିବା ବାଟରେ ମୋତେ କଲ ଆସିଥିଲା ​​ଯେ ଜୁନା ହସ୍ପିଟାଲରେ ଜୁବେର ଜୀବିତ ଅଛନ୍ତି | ମୁଁ କାନକୁ ବିଶ୍ୱାସ କରିପାରିଲିନି ଆଉ ଥରେ ମଧ୍ୟ ପଚାରିଥିଲି କି ଜୁବେର ଜୀବିତ ତ ?

ଦୁର୍ଘଟଣାର ଗୋଟିଏ ଦିନ ପରେ ଜୁବେର ଡିସଚାର୍ଜ ହେଇ ପରିବାର ସହ ଘରକୁ ଫେରିଛନ୍ତି। ତାଙ୍କ  ପରିବାରରେ ଏବେ ଖୁସି ଫେରିଛି | ସତେ ଯେମିତି ତାଙ୍କ ପରିବାର ଗୋଟେ ବୃହତ ଖୁସିର ସନ୍ଧାନ ପାଇଯାଇଛନ୍ତି | ବଡ ଧୁମ ଧାମରେ ‘ଇଦ’ ପାଳିଥିଲେ ଜୁବେରଙ୍କ ପରିବାର , ଆତ୍ମୀୟସ୍ୱଜନ |   

”ଯଦି ମୋତେ ପୁଣି ବିମାନ ଯୋଗେ ଯାତ୍ରା କରିବାକୁ ପଡେ ଏବଂ ଅନ୍ୟ କୌଣସିବିକଳ୍ପ ନଥାଏ, ତେବେ ମୁଁ ଆଲ୍ଲାଙ୍କର ନା ନେଇ ପୁଣି ଥରେ ବିମାନରେ ଯିବା ପାଇଁ ପସନ୍ଦ କରିବି” ବୋଲି ମହମ୍ମଦ ଜୁବେର ମତ ଦିଅନ୍ତି |


Tags

Related Articles

Back to top button
Close