ନୂଆଦିଲ୍ଲୀ: ରୁଷରେ କିଛି ଏମିତି ଘଟିଲା, ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଯେତେବେଳେ ରୋସିୟା ଏୟାରଲାଇନ୍ସର ଏକ ବିମାନର ଛାତରୁ ହଠାତ ପାଣି ପଡିବା ଆରମ୍ଭ କରିଥିଲା । ଶେଷରେ ଯାତ୍ରୀମାନେ ଗଳୁଥିବା ପାଣିରୁ ରକ୍ଷା ପାଇବା ପାଇଁ ବିମାନରେ ଛତା ଖୋଲି ବସିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣା ପରେ ଏୟାରଲାଇନ୍ସ ବର୍ତ୍ତମାନ ଘଟଣାର ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଛି ।
ଖାବାରୋଭସ୍କ ଏବଂ ସୋଚି ମଧ୍ୟରେ ଥିବା ଏକ ରୁଷିଆ ଏୟାରଲାଇନ୍ସର ବିମାନରେ ଯାତ୍ରୀମାନେ ଯେତେବେଳେ ଯାତ୍ରା ଆରମ୍ଭ କରିଥିଲେ ସେତେବେଳେ ସେମାନଙ୍କ ଉପରେ ପାଣି ପଡିବା ଆରମ୍ଭ ହୋଇଥିଲା । ଆଉ ସେଇ ଡ୍ରପ୍ ରୁ ବର୍ତ୍ତିବା ପାଇଁ ଶେଷରେ ଯାତ୍ରୀମାନେ ଛତା ଧରି ନିଜ ସିଟରେ ବସି ରହିଥିଲେ ।
ଏହି ଘଟଣା ପରେ ଏୟାରଲାଇନ୍ସ ଏକ ତଦନ୍ତ କରି ଏୟାର କଣ୍ଡିସିନର ସିଷ୍ଟମରେ ତ୍ରୁଟି ଥିବା ନେଇ ଅଭିଯୋଗ କରିଛି । ଅଧିକ ଘନୀଭୂତ ହେତୁ ଏହିପରି ଲିକ୍ ହୁଏ । ଯାହାଦ୍ୱାରା କି ଏୟାର କଣ୍ଡିସନରରୁ ପାଣି ପଡିବା ଆରମ୍ଭ ହୋଇଥାଏ । ଏହି ଭିଡିଓକୁ ଜଣେ ଟ୍ୱିଟର ବ୍ୟବହାରକାରୀ ସେୟାର କରିଛନ୍ତି। ଯାହାକି ବହୁତ ଭାଇରାଲ ହେବାରେ ଲାଗିଛି।