Trending

କାଲିଠୁ ରାଜ୍ୟବ୍ୟାପୀ ଚାଲିବ ଘରୋଇ ବସ୍‌





ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ସାରା ରାଜ୍ୟରେ ଘରୋଇ ବସ ଚଳାଚଳ କରିବ ।  ବୁଧବାର ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦଫାରେ ଗୁରୁବାର ଠାରୁ କିଛି ବସ ଚଳାଚଳ କରିବ । ପୂରା ମାତ୍ରାରେ ବସ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

ସୂଚନାନୁଯାଇ  ବସ ଚଳାଇବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ ବସ ମାଲିକମାନେ କିଛି ଦାବି କରି ବସ ଚଳାଇବାକୁ ରାଜି ହୋଇନଥିଲେ । ୩ ମାସର ରୋଡ୍ ଟାକ୍ସ ଓ ୬ମାସର ବ୍ୟାଙ୍କ ଲୋନ୍ ଛାଡ ପାଇଁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏଥିସହ ବସ୍ କର୍ମଚାରୀଙ୍କ ଇନସୁରାନ୍ସ କରିବାକୁ ମଧ୍ୟ ଦାବି କରାଯାଇଥିଲା ।

ଏସବୁ ଉପରେ ସରକାର ନିଷ୍ପତି ନେଲେ ଯାଇ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ସଂଘ ସୂଚନା ଦେଇଥିଲା । ସେପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ,  ଯେ, ୩ ମାସର ରୋଡ୍ ଟାକ୍ସ ଛାଡ ପାଇଁ ସରକାର ରାଜି ଅଛନ୍ତି । ଖୁବ୍‌ ଶୀଘ୍ର ରାଜ୍ୟରେ ଘରୋଇ ବସ୍‌ ଗଡ଼ିବ ବୋଲି ବୁଧବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ। କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ରାଜ୍ୟରେ ସାଧାରଣ ପରିବହନ ସେବା ପ୍ରଭାବିତ ହୋଇଛି । ରାଜ୍ୟ ସରକାର କୋଭିଡ-୧୯ ଗାଇଡଲାଇନ ଅନୁସାରେ ଯଦିଓ ପରିବହନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି, ତଥାପି ଘରୋଇ ବସ ମାଲିକମାନେ ଏହାକୁ ନେଇ ଉପରୋକ୍ତ ଦାବି ଉଠାଇଥିଲେ ।

 ବସରେ ଠିଆ ହୋଇ କେହି ଯାଇପାରିବେ ନାହିଁ  । ଯେତିକି ସିଟ ସେତିକି ଲୋକ ଯାଇପାରିବେ।  କୋଭିଡ଼ ଲକ୍ଷଣ ଥିଲେ ଗାଡ଼ିରେ ଯାତାୟାତ କରିବାକୁ ଅନୁମତି ମିଳିବ ନାହିଁ  । ତେଣୁ ଲକ୍ଷଣ ଥିଲେ ତୁରନ୍ତ ୧୦୪କୁ ଫୋନ କରିବାକୁ ପଡ଼ିବ  । ଗାଡ଼ିରେ ଯିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନଚେତ ଦଣ୍ଡିତ ହେବେ । ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର ରଖିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।


Tags

Related Articles

Back to top button
Close