Trending

ସମୁଦ୍ରରେ ଭାସୁଥିବା କାରକୁ ଉଦ୍ଧାର କରୁଥିଲେ ଚାଳକ, ହେଲେ ଘଟିଲା କିଛି ଏମିତି…





ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିବା ପରେ କିଛି ଲୋକ ନିଜ ହସକୁ ରୋକିପାରିନଥିଲେ । ଭିଡିଓରେ ଗୋଟିଏ କାର ସମୁଦ୍ରରେ ଭାସୁଥିବା ଦେଖିବାକୁ ମିଳୁଛି ।

ଡ୍ରାଇଭର ଜଣକ ସୌଭାଗ୍ୟ ବଶତଃ କାରରୁ ଓହ୍ଲାଇ ସମୁଦ୍ର ଭିତରୁ କାରକୁ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଫେସବୁକ ବ୍ୟବହାରକାରୀ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି। ଫେସବୁକ ବ୍ୟବହାରକାରୀ ଲି ଡଲବି ଏହି ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ନିଜ କାରକୁ ବଞ୍ଚାଇବା ପାଇଁ କେମିତି ସଙ୍ଘର୍ଷ କରୁଛି ତାହା ଦେଖିବାକୁ ମିଳୁଛି । 

ଭିଡିଓରେ ଦେଖିବାକୁ ମିଳୁଛି ଯେ ଅନେକ ଲୋକ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । କିନ୍ତୁ ତାଙ୍କର ଏହି ଉଦ୍ୟମ ଶେଷରେ ବିଫଳ ହେଉଛି । କାରଟି ଧୀରେ ଧୀରେ ପାଣିରେ ବୁଡ଼ିବାକୁ ଲାଗୁଛି । ଭିଡିଓ ସେୟାର କରିବାବେଳେ ଡଲବି ଲେଖିଛନ୍ତି, ‘କିଛି ଘଣ୍ଟା ପୂର୍ବରୁ ମୁଁ ମୋ ପିଲାମାନଙ୍କ ସହିତ ସମୁଦ୍ର କୁଳରେ ପହଞ୍ଚିଥିଲି। କାରଟି ସମୁଦ୍ର କୂଳରେ ଠିଆ ହୋଇ ଜଣେ ବ୍ୟକ୍ତି ଜେଟ୍ ବାହାର କରୁଥିଲେ, ତା’ପରେ ସମୁଦ୍ରର ବଡ଼ ଜୁଆର ଆସି କାରକୁ ଭିତରକୁ ନେଇଯାଇଥିଲା ।


Tags

Related Articles

Back to top button
Close