Trending

ଲକଡାଉନରେ ଲକ ହୋଇଯାଇଛି କାମଧନ୍ଧା ,ଚିନ୍ତାରେ ଅଭିନେତ୍ରୀ କଲେ ଆତ୍ମହତ୍ୟା





ମୁମ୍ବାଇ: ସୋନି ଟିଭିର ବେଶ ଲୋକପ୍ରିୟ ସିରିଏଲ କ୍ରାଇମ ପେଟ୍ରୋଲର ଅଭିନେତ୍ରୀ ପ୍ରେମ ମେହେଟ୍ଟା ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ସେ ସୋନି ଟିଭି ଏବଂ କଲର୍ସ ଭଳି ବଡ ଚ୍ୟାନେଲର ଅନେକ କାର୍ଯ୍ୟକ୍ରମରେ କାମ କରୁଥିଲେ | ମୃତ୍ୟୁ ପୂର୍ବରୁ ତାଙ୍କର ସେଇ ଶେଷ ମେସେଜ , ଏବେ ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି । ସେ ଲେଖିଥିବା ଶେଷ ମେସେଜ ହେଉଛି  ‘ସବୁଠାରୁ ଖରାପ ହେଉଛି ସ୍ୱପ୍ନର ମୃତ୍ୟୁ’।

ଅଭିନେତ୍ରୀଙ୍କ ବାପାଙ୍କ କହିବାନୁସାରେ, ଲକ ଡାଉନ ପରେ ସେ ଘରକୁ ଆସିଥିଲେ। କରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ପରେ ସେ ଅନୁଭବ କରିଥିଲେ ଯେ , ସେ ଆଉ କାମ କରିପାରିବେ ନାହିଁ, ଏହି କାରଣରୁ ସେ ଡିପ୍ରେସନରେ ଥିଲେ | ଲକଡାଉନରେ କାମ ଅଭାବରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକେ ସନ୍ଧେହ କରୁଛନ୍ତି । ବର୍ତ୍ତମାନ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପ୍ରେମ ମେହେଟ୍ଟା ଇନ୍ଦୋରର ବଜରଙ୍ଗ ନଗରରେ ଆତ୍ମହତ୍ୟା କରିଥିଲେ । ସେ ମୁମ୍ବାଇର ଏକ ଟିଭି ସିରିଏଲରେ କାମ କରୁଥିଲେ | ସେ କ୍ରାଇମ ପାଟ୍ରୋଲର ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଅଭିନୟ କରିଥିଲେ। ତେବେ ତାଙ୍କର ଏଭଳି ଆତ୍ମହତ୍ୟା ସମସ୍ତଙ୍କୁ ମର୍ମାହତ କରିଛି ।


Tags

Related Articles

Back to top button
Close