OdiaTrending

ବଲିଉଡ ଅଭିନେତା ରିତେଶ ଓ ଅଭିନେତ୍ରୀ ଜେନେଲିଆ ନେଲେ ଜୀବନର ସବୁଠୁ ବଡ ନିଷ୍ପତ୍ତି, ଜାଣିଲେ ଆପଣ ବି କରିବେ ପ୍ରଶଂସା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ରିତେଶ ଦେଶମୁଖ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଜେନେଲିଆ ଦେଶମୁଖ ଡାକ୍ତରଙ୍କ ଦିବସରେ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିପାଇଁ ତାଙ୍କ ପ୍ରଶଂସକଙ୍କ ସମେତ ସମସ୍ତେ ତାଙ୍କର ଏଭଳି ନିଷ୍ପତ୍ତିକୁ ନେଇ ତାଙ୍କୁ ପ୍ରଶଂସା କରୁଛନ୍ତି।

ଡାକ୍ତର ଦିବସରେ ରିତେଶ ଦେଶମୁଖ ଏବଂ ଜେନେଲିଆ ନିଜ ଅଙ୍ଗ ଦାନ କରିବାକୁ ଘୋଷଣା କରିଛନ୍ତି। ଏନେଇ ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଜେନେଲିଆ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ମାଧ୍ୟମରେ ରିତେଶ ଦେଶମୁଖ ଏବଂ ଜେନେଲିଆ ସେମାନଙ୍କ ଅଙ୍ଗ ଦାନ ବିଷୟରେ ଆଲୋଚନା କରିଛନ୍ତି।

ଭିଡିଓ ସେୟାର କରିବାବେଳେ ଜେନେଲିଆ ଏକ ସ୍ୱତନ୍ତ୍ର କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ଆଜି ଡାକ୍ତର ଦିବସରେ ଆମେ ଆମର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛୁ। ଜେନେଲିଆ ଏବଂ ରିତେଶଙ୍କର ଏହି ଭିଡିଓକୁ ସେମାନଙ୍କ ପ୍ରଶଂସକ ଏବଂ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି ।

Tags

Related Articles

Back to top button
Close