ନ୍ୟୁଜିଲ୍ୟାଣ୍ଡ: ସୋମବାର ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ Jacinda Ardern ଏକ ଟେଲିଭିଜନ ଚ୍ୟାନେଲକୁ ଲାଇଭ ଇଣ୍ଟରଭ୍ୟୁ ଦେଉଥିବା ବେଳେ ହଠାତ୍ ଭୂକମ୍ପ ଅନୁଭୂତ ହୋଇଥିଲା କିନ୍ତୁ ସେ ଭୟଭୀତ ନ ହୋଇ ସାକ୍ଷାତକାର ଜାରି ରଖିଥିଲେ। ଏହା ପରେ ଲୋକମାନେ ସୋସିଆଲ ମିଡିଆରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି ଏବଂ ସେଇ ସମୟର ଏକ ଭିଡିଓ ମଧ୍ୟ ସେୟାର କରୁଛନ୍ତି।
ଉଲ୍ଲେଖନୀୟ ବିଷୟ ହେଉଛି, ନ୍ୟୁଜିଲ୍ୟାଣ୍ଡ ପ୍ରଶାନ୍ତ ମହାସାଗରର ‘ରିଙ୍ଗ ଅଫ୍ ଫାୟାର’ ଅଞ୍ଚଳରେ ପଡେ ଏବଂ ବାରମ୍ବାର ଭୂକମ୍ପ ହେତୁ ଏହାକୁ ବେଳେବେଳେ ଅସ୍ଥିର ଦ୍ୱୀପ ମଧ୍ୟ କୁହାଯାଏ।
ଆମେରିକାର ଭୂତତ୍ୱ ସର୍ବେକ୍ଷଣ ଅନୁଯାୟୀ ସୋମବାର ଭୂକମ୍ପର ମାତ୍ରା ୫ .୬ ଥିଲା । ଉତ୍ତର-ପୂର୍ବ ୱେଲିଙ୍ଗଟନ୍ ଠାରୁ ୧୦୦ କିଲୋମିଟର ଦୂରରେ ସମୁଦ୍ରର ଗଭୀରତାରେ ଥିଲା। ତଥାପି, ଧନ ଜୀବନର କୌଣସି କ୍ଷୟକ୍ଷତି ହୋଇନାହିଁ ।