OdiaTrending

ଭୁବନେଶ୍ୱରରେ ସେରୋ ସର୍ଭେଲାନ୍ସ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ୨୫୦୦ଙ୍କର ହେବ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ଦିନ ଦିନକୁ କରୋନାର କାୟା ବିସ୍ତାର କରିବାରେ ଲାଗିଛି । ବେକବୁ ହେଉଛି ସ୍ଥିତି । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି ।

କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ରାଜଧାନୀ ଭୁବନେଶ୍ୱରରେ ବି ସମାନ ଅବସ୍ଥା । ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ ।

ଏହାରି ଭିତରେ ଏକ ବଡ଼ ଖବର ସାମାନକୁ ଆସିଛି । ତାହା ହେଲୋ ଭୁବନେଶ୍ୱରରେ ସେରୋ ସର୍ଭିଲାନ୍ସ ସର୍ଭେ ଆରମ୍ଭ ହୋଇଛି । ବିଭିନ୍ନ ୱାର୍ଡରେ ବୁଲି ବୁଲି ଲ୍ୟାବ ଅଧିକାରୀମାନେ ନମୁନା ସଂଗ୍ରହ କରୁଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୨୫୦୦ ଲୋକଙ୍କ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ୪ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୫୦୦ ଲୋକଙ୍କ ଟେଷ୍ଟ କରାଯିବ । ୫ଟି କ୍ଲଷ୍ଟରରେ ଏହି ସେରୋ ସର୍ଭିଲାନ୍ସ ସର୍ଭେ ଆରମ୍ଭ ହୋଇଥିବା ଜଣାଯାଇଛି ।

Tags

Related Articles

Back to top button
Close