ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ ସେଲିବ୍ରେଟିଙ୍କ ଥ୍ରୋବ୍ୟାକ୍ ଭିଡିଓ ଭାଇରାଲ ହେଉଛି । ଶାହରୁଖ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓଟି ‘ଜବ୍ ତକ୍ ହୈ ଜାନ’ ଫିଲ୍ମର ସେଟ୍ ର । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନ ଏବଂ କ୍ୟାଟ୍ରିନା ବ୍ୟତୀତ ଅନୁଷ୍କା ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ ଶାହାରୁଖ କ୍ୟାଟ୍ରିନାଙ୍କୁ ଆଲିଙ୍ଗନ କରି ଠିଆ ହୋଇଛନ୍ତି।
ଶାହରୁଖ ଖାନ ଏବଂ କ୍ୟାଟ୍ରିନାଙ୍କ ଏହି ଭିଡିଓଟି ଫିଲ୍ମଫେୟାର ଦ୍ୱାରା ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ଏକ ଲକ୍ଷ ୫୦ ହଜାରରୁ ଅଧିକ ଥର ଦେଖାଯାଇଛି । ଏହି ଭିଡିଓ ଉପରେ ପ୍ରଶଂସକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଶାହରୁଖ ଖାନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା ।
କ୍ୟାଟ୍ରିନା ସଲମାନ ଖାନଙ୍କ ସହ ଫିଲ୍ମ ‘ଭାରତ’ରେ ଶେଷ ଥର ପାଇଁ ନଜର ଆସିଥିଲେ । ୨୦୧୯ ର ସୁପରହିଟ୍ ଚଳଚ୍ଚିତ୍ର ମଧ୍ୟରୁ ‘ଭାରତ’ରେ ଅଭିନେତ୍ରୀଙ୍କ ଚରିତ୍ର ବେଶ ପ୍ରଶଂସା କରିଥିଲେ ପ୍ରଶଂସକ । କ୍ୟାଟ୍ରିନା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ସୂର୍ଯ୍ୟଭନ୍ସି’ରେ ଦେଖିବାକୁ ମିଳିବ । ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୨୪ ରେ ରିଲିଜ ହେବାର ଥିଲା, କିନ୍ତୁ କରୋନାଭାଇରସ୍ କାରଣରୁ ଫିଲ୍ମର ରିଲିଜ୍ ବନ୍ଦ ହୋଇଯାଇଥିଲା ।