ଶକୁନ୍ତଳା ଦେବୀ, ଗୁଲାବୋ ସୀତାବୋ ଖୁବଶୀଘ୍ର ଆମାଜନ ପ୍ରାଇମରେ

 

ମହାମାରୀ କରୋନାଭାଇରସ୍ ଯୋଗୁ ପ୍ରତ୍ୟେକ୍ଷ ଭାବେ ପ୍ରଭାବିତ ସିନେମା ଇଣ୍ଡଷ୍ଟ୍ରି | ହଲିଉଡ଼,ଟଲିଉଡ଼ ସହ ବଲିଉଡ ଇଣ୍ଡଷ୍ଟ୍ରି ଏବେ ନିରବ ନିଶ୍ଚଳ | କାହିଁ କେତେ ଦୁରକୁ ଠେଲି ହେଇ ଯାଇଛି ଏଣ୍ଟେରଟେନମେଣ୍ଟ ଇଣ୍ଡଷ୍ଟ୍ରି | କେବେ ଖୋଲିବ ଏ ଲକଡାଉନ ସମସ୍ତେ ଯେମିତି ଚାତକ ପରି ଚାହିଁ ବସିଛନ୍ତି | ଦୀର୍ଘ ଦିନର ଲକଡାଉନ ଖୋଲିବା ପରେ ସତରେ କଣ ଏ ଇଣ୍ଡଷ୍ଟ୍ରିକୁ ଲୋକେ ଫେରିବେ ?

ଲକଡାଉନ ସମୟରେ ଲୋକେ ଘରେ ବସି ଟିଭି , ଇଣ୍ଟେର୍ନେଟ ସହ ସମ୍ପର୍କ ବଢ଼େଇ ଚାଲିଛନ୍ତି | ଏଥିରୁ ସ୍ପଷ୍ଟ ଯେ ଯେଉଁ ଅବସ୍ଥାରେ ମଣିଷ ଥାଉ ନା କାହିଁକି ଏଣ୍ଟେରଟେନମେଣ୍ଟକୁ ଛାଡି ରହିପାରିବ ନାହିଁ | ଏ ତାଲା ବନ୍ଦ ଯୋଗୁ  ଡିଜିଟାଲ ଦୁନିଆର ଲୋକପ୍ରିୟତା ଏବେ ଶୀର୍ଷରେ ଯେଉଁଥିପାଇଁ ଏକାଧିକ ଚଳଚ୍ଚିତ୍ରର ଡିଜିଟାଲ୍ ରିଲିଜ୍ ହେବାର ଖବର ମିଳିଛି | ‘ଗୁଲାବୋ ସୀତାବୋ’ ପରେ ବିଦ୍ୟା ବାଲନ , ସାନିଆ ମଲହୋତ୍ରା-ଅଭିନୀତ ‘ଶକୁନ୍ତଳା ଦେବୀ’ ଙ୍କୁ ଆମାଜନ ପ୍ରାଇମ ଭିଡିଓରେ ଅନଲାଇନ୍ ରିଲିଜ୍ ପାଇଁ ନିଶ୍ଚିତ କରାଯାଇଛି | ଏ ଖବରକୁ ନେଇ ଲୋକମାନଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖାଦେଇଛି | ‘ଶକୁନ୍ତଳା ଦେବୀ’ ର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନି |

ମହିଳା ନେତୃତ୍ୱରେ ନିର୍ମାଣ କରାଯାଇଥିବା ଚଳଚ୍ଚିତ୍ରରେ ବିଦ୍ୟାଙ୍କ ଅଭିନୟକୁ  ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଛନ୍ତି  | ବାସ୍ତବ ଅଭିନୟ ପାଇଁ ତାଙ୍କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମ ଫେୟାର  ଆୱାର୍ଡ  |

ବିଦ୍ୟା ବାଲନ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ପୋଷ୍ଟ କରି  ଲେଖିଛନ୍ତି, “ତୁମର ସମସ୍ତ ପ୍ରିୟଜନଙ୍କ ସହ ପ୍ରାଇମ ଭିଡ଼ିଓରେ ଖୁବ୍ ଶୀଘ୍ର  ”ଶକୁନ୍ତଳା ଦେବୀ’ଙ୍କୁ ଦେଖିବାକୁ ମିଳିବ ବୋଲି ଘୋଷଣା କରି ସେ ଆନନ୍ଦିତ |  ଆମେ ଏହି ଅପ୍ରତ୍ୟାଶିତ ସମୟରେ ଆପଣଙ୍କୁ ମନୋରରଞ୍ଜନ କରିବାକୁ ସମର୍ଥ ହେବୁ। ”

ଗୁରୁବାର ଦିନ ଆୟୁଷ୍ମାନ ଖୁରାନା ଏବଂ ଅମିତାଭ ବଚ୍ଚନଙ୍କ ‘ଗୁଲାବୋ ସୀତାବୋ’ ମଧ୍ୟ ଆମାଜନ ପ୍ରାଇମ ଭିଡିଓ ୧୨ ଜୁନରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି |ଏହି ଖବରକୁ ନିଜ ଇନଷ୍ଟାଗ୍ରାମରେ ଆୟୁଷ୍ମାନ ସେୟାର କରିଥିଲେ।

ଏହା ପୂର୍ବରୁ ଏକ ସାକ୍ଷାତକାରରେ ଫିଲ୍ମର ନିର୍ଦ୍ଦେଶକ ସୁଜିତ  ସିରକାର ଏହି ଫିଲ୍ମକୁ ଅନଲାଇନରେ ରିଲିଜ ପାଇଁ ସୂଚନା ଦେଇଥିଲେ। “ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ପ୍ରେକ୍ଷାଳୟରେ ମୋର ଫିଲ୍ମ  ଦେଖିବାକୁ ଚାହେଁ, କିନ୍ତୁ ଏବେର ପରିସ୍ଥିତି ଭିନ୍ନ ଥିବାରୁ ମୁଁ ଡିଜିଟାଲ୍ ରିଲିଜ୍ ପାଇଁ ରାଜି ଅଛି ବୋଲି ସେ କହିଛନ୍ତି ”|