Trending

ଆରପାରିରେ ସଙ୍ଗୀତ ନିର୍ଦେଶକ ୱାଜିଦ ଖାନ୍, ଶୋକରେ ପୂରା ବଲିଉଡ୍





ମୁମ୍ବାଇ: ଆରପାରିରେ ବଲିଉଡ ସଙ୍ଗୀତ ନିର୍ଦେଶକ ତଥା ଗାୟକ ୱାଜିଦ ଖାନ୍ । ୪୨ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ କିଡନୀ  ଏବଂ କରୋନା ସହିତ ସଂଘର୍ଷ କରୁଥିଲେ। ରିପୋର୍ଟ ଅନୁଯାୟୀ, ଏକାଧିକ ଅଙ୍ଗ ବିଫଳତା ହେତୁ ତାଙ୍କର ମୃତ୍ୟୁ ହୋଇଛି । ୱାଜିଦଙ୍କ ବିୟୋଗ ପରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। 

ୱାଜିଦ, ତାଙ୍କ ଭାଇ ସାଜିଦ ଖାନ 1998 ରେ ସଲମାନ ଖାନଙ୍କ ଫିଲ୍ମ ପ୍ୟାର କିୟା ତୋ ଡରନା କ୍ୟା ରେ ସେମାନଙ୍କର ପ୍ରଥମ ସଂଗୀତ କରିଥିଲେ। ୱାଜିଦ୍ ଆରମ୍ଭରୁ ତାଙ୍କ ଭାଇଙ୍କ ସହ ଯୋଡି ଭାବରେ କାମ ଜାରି ରଖିଥିଲେ, ଯେଉଁଥିପାଇଁ ସେ  ସାଜିଦ୍-ୱାଜିଦ୍ ବୋଲି ବେଶ ପରିଚିତ ହୋଇଥିଲେ |

ଏହା ପରେ ସେ ସୋନୁ ନିଗମଙ୍କ ଆଲବମ୍ ଦିୱାନା ପାଇଁ ସଂଗୀତ ରଚନା କରିଥିଲେ। ସାଜିଦ ଏବଂ ୱାଜିଦ ଏକାଠି ସଲମାନ ଖାନଙ୍କ ଅନେକ ଚଳଚ୍ଚିତ୍ର ପାଇଁ ସଂଗୀତ ରଚନା କରିଛନ୍ତି।  ହେଲୋ ବ୍ରଦର , ଚୋରୀ ଚୋରୀ, ମୁଜସେ ଶାଦୀ କରୋଗୀ, ପାର୍ଟନର, ୱାଣ୍ଟେଡ୍, ଦବଂଗ 1,2 ଏବଂ 3, ପ୍ୟାର କିୟା ତୋ ଡରନା କ୍ୟା ବ୍ୟତୀତ ଏକ ଥା ଟାଇଗର ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ | ଜଣେ ଗାୟକ ଭାବରେ ୱାଜିଦ୍ ଖାନ୍ 2008 ରେ ଫିଲ୍ମ ପାର୍ଟନର ଏବଂ ଏକ ଥା ଟାଇଗର ପାଇଁ ମଧ୍ୟ ଗୀତ ଗାଇଥିଲେ।

କେବଳ ଏତିକି ନୁହେଁ, ସଲମାନ ଖାନଙ୍କ ସର୍ବଶେଷ ଗୀତ ପ୍ୟାର କରୋନା ଏବଂ ଭାଇ ଭାଇ  ମଧ୍ୟ ୱାଜିଦ ଏବଂ ତାଙ୍କ ଭାଇ ସାଜିଦ ରଚନା କରିଥିଲେ। ସଲମାନ ଖାନଙ୍କ ଜୀବନରେ ୱାଜିଦ ଏବଂ ତାଙ୍କ ଭାଇ ସାଜିଦଙ୍କର ଗୁରୁତ୍ୱ ରହିଛି। ୱାଜିଦ ଖାନ ମଧ୍ୟ ଲକଡାଉନରେ ସକ୍ରିୟ ଥିଲେ। ସଲମାନ ଖାନଙ୍କ ଗୀତ ବ୍ୟତୀତ ସେ ଗାୟକ ଜାଭେଦ ଅଲିଙ୍କ ସହ ତାଙ୍କର ନୂତନ ଆଲବମ ମୁକ୍ତିଲାଭ କରିଥିଲେ।


Tags

Related Articles

Back to top button
Close