ଭୁବନେଶ୍ୱର: ଆପଣ ନିଜର ସକାଳ ଜଳଖିଆକୁ ଅଣଦେଖା କରୁଛନନ୍ତି କି? ଯଦି ଆପଣ ଏପରି କରୁଥାନ୍ତି, ତେବେ ସତର୍କ ହୋଇଯାନ୍ତୁ । କାରଣ ଏହା ଆପରଙ୍କର ମୃତ୍ୟୁର କାରଣ ହେବାସହ ହୃଦ ରୋଗ ଜନିତ ରୋଗର କାରଣ ମଧ୍ୟ ହୋଇପାରେ ।
ବ୍ରେକଫାଷ୍ଟ ନ କରିବା ଦ୍ୱାରା ୨୭ ପ୍ରତିଶତ ପୁରୁଷଙ୍କ ଠାରେ ହୃଦ ରୋଗ ଜନୀତ ରୋଗ ଦେଖାଦେଇଥାଏ । ଗୋଟିଏ ଦିନରେ ବ୍ରେକଫାଷ୍ଟ କରିବା ନିତ୍ୟାନ୍ତ ଆବଶ୍ୟ । ଅଧିକ ସମୟ ପେଟ ଖାଲି ରଖିବା ଦ୍ୱାରା ମସ୍ତିଷ୍କରେ ମାନସିକ ଚାପ ମଧ୍ୟ ପଡିଥାଏ । ଅଧିକ ଶାରୀରିକ ପରିଶ୍ରମ ସହିତ ନିୟମିତ ବ୍ରେକଫାଷ୍ଟ ନକଲେ ବ୍ଲଡପ୍ରେସର ବୃଦ୍ଧି ସହିତ ଶରୀରର ଓଜମ ମଧ୍ୟ ବଢିବାରେ ଲାଗିଥାଏ ।
ଆଜିକାଲିର ବ୍ୟସ୍ତ ବହୁଳ ଜିବନରେ ବହୁତ ଲୋକ ବ୍ରେକଫାଷ୍ଟ କରିବାକୁ ଧ୍ୟାନ ଦେଉନାହାନ୍ତି । କିନ୍ତୁ ପ୍ରତିଦିନ ବ୍ରେକଫାଷ୍ଟ କରିବା ଶରୀର ପକ୍ଷେ ନିତ୍ୟାନ୍ତ ଆବଶ୍ୟକ । ସକାଳ ଜଳଖିଆ ନ ଖାଇବା ଦ୍ୱାରା ଆମେ ବହୁତ ରୋଗର ସମ୍ମୁଖିନ ହୋଇଥାଉ ।
ନୟମିତ ବ୍ରେକଫାଷ୍ଟ ନକରିବା ଦ୍ୱାରା ୨୦ ପ୍ରତିଶତ ମହିଳାଙ୍କ ଶରୀରରେ ଡାଏବେଟିସର ଲକ୍ଷଣ ଦେଖାଦେଇଥାଏ । ବହୁ ସମୟ ଧରି ନଖାଇବା ଓ ଏକା ସାଙ୍ଗରେ ବହୁତ ପରିମାଣରେ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ବହୁ ରୋଗର ଶିକାର ହେବାକୁ ପଡିଥାଏ ।
ଯାହାଫଳରେ ଆମ ଶରୀର ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଥାଏ । ଯାହାଫଳରେ କି ବିଭିନ୍ନ ରୋଗ ଆମ ଶରୀରକୁ ମାଡି ବସେ ।