ଭରବନେଶ୍ୱର: ପେଟ୍ରୋଲ, ଡିଜେଲ ଓ ପରିବା ପରେ ଏବେ ଆକାଶ ଛୁଆଁ ହୋଇଛି ସୁନାର ଦର । ସୁନା ଓ ରୁପା ଦରରେ ବୃଦ୍ଧିର ଧାରା ଜାରି ରହିଛି । ସୋମବାର ଦିନ ଘରୋଇ ବଜାରରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୧,୦୦୦ ଟଙ୍କା ବୃଦ୍ଧି ପାଇଛି । ଗହଣା ନିର୍ମାତାମାନେ ଅଧିକ ସୁନା କିଣୁ ଥିବାରୁ ଦେଶ ଭିତରେ ସୁନାର ଦାମ ବଢୁଛି । ମାର୍କେଟ ଏକ୍ସପର୍ଟଙ୍କ କହିବା ଅୁନସାରେ ଏହା ୭ ବର୍ଷର ରେକର୍ଡ ଭାଙ୍ଗିଛି ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ସିଧା ପ୍ରଭାବ ଆର୍ନ୍ତଜାତୀୟ ସ୍ତରରେ ସୁନା ଉପରେ ପଡିଛି । ପାରମ୍ପାରିକ ଯୁଗରୁ ସୁନାକୁ ଏକ ସୁରକ୍ଷିତ ନିବେଶ ଭାବେ ବିଚାର କରାଯାଉଥିବାରୁ ନିବେଶକମାନେ ସୁନା କଣିବା ମାତ୍ରା ବଢାଇ ଦେଇଛନ୍ତି ।
୩ ଜାନୁୟାରିରେ ବାଗଦାଦ ଠାରେ ଆମେରିକା ଦ୍ୱାରା ଇରାନର କମାଣ୍ଡର କ୍ୱାସିମ ସୁଲେମାନୀଙ୍କ ମୃତ୍ୟୁ ଏହାର ପ୍ରଭାବ ଆର୍ନ୍ତଜାତୀୟ ବଜାରରେ ଉପରେ ପଡିଥିବାର ଜଣାପଡିଛି । ଯାହାଫଳରେ ସୁନାର ମୂଲ୍ୟ ୨ ପ୍ରତିଶତ ବୃଦ୍ଧି ପାଇଛି । ସୁନା ବ୍ୟବସାୟୀଙ୍କ କହିବା ଅନୁସାରେ ରବିବାର ଦିନ ଇରାକର ପାଲ୍ୟାମେଣ୍ଟ ବୈଠକ ପରେ ସୁନାର ଦର ବୃଦ୍ଧିପାଇଛି ।
ଦିଲ୍ଲୀରେ ୨୪ କ୍ୟରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୧,୦୦୦ ଟଙ୍କା ହୋଇଛି । ପୂର୍ବରୁ ସୁନାର ଦର ୩୭,୦୦୦ ଥିଲାବେଳେ ୨ ଦିନ ମଧ୍ୟରେ ଏହାର ମୂଲ୍ୟ ହଠାତ୍ ବୃଦ୍ଧି ପାଇଛି ।