ଭଦ୍ରକ: ଭଦ୍ରକରେ ପୁଣି ଉଧାର ହେଲେ ନାଗ ସାପ l ଘରୁ ବାହାରିଲେ ଗୋଟେ ନୁହେ କି ଦୁଇଟି ନୁହେଁ ଏକା ଥରକେ 20 ଟି ନାଗ ସାପ ମାଆ ଏବଂ ଛୁଆ l ସାପ ଧରାଳି ଟିମ ଦ୍ୱାରା ଉଧାର ହେଲେ ଏହି ସବୁ ନାଗ ଛୁଆ l ଭୟରେ ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା l
ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କୋଡ଼ବାଟିଆ ଗ୍ରାମରେ l ସୂଚନାଅନୁଯାଇ କୋଡ଼ବାଟିଆ ଗ୍ରାମର ବାପୁନ ଜେନା ଏବଂ କବିତା ଜେନା ନିଜ ଘରେ ପ୍ରତିଦିନ ଗୋଟେ ଗୋଟେ ଛୋଟ ସାପ ବାହାରୁ ଥିବା ଦେଖିବାକୁ ପାଇଥିଲେ l
ପରେ ନିଜ ପିଲା ଛୁଆ ଙ୍କୁ ଧରି ଅନ୍ୟଘରେ ଆଶ୍ରୟ ନେଇଥିଲେ ଏବଂ ଏହି ସାପ ବାହାରିବାର ଖବର ଭଦ୍ରକ ର ସାପ ଧରାଳି ଟିମ ମିର୍ଜା କୁ ଖବର ଦେଇଥିଲେ l ଖବର ପାଇ ସେ ଆଜି ସାପ ଧରିବା ପାଇଁ ଆସିଥିଲେ l
ସେଠାରୁ ୧୮ଟି ଛୁଆ ନାଗସାପ ଏବଂ 2 ଟି ବଡ ନାଗ ସାପ କୁ ଉଧାର କରିଥିଲେ ସାପ ଧରାଳି ଟିମ l ଏହା ଭଦ୍ରକ ର କିଛି ନୂଆ କଥା ନୁହେ l ବାରମ୍ବାର ଏହି ଭଳି ଘଟଣା ଘଟୁଥିବାରୁ ଭୟରେ ଅଛନ୍ତି ଭଦ୍ରକ ବାସିନ୍ଦା l