Trending

ଗରିବ ବାପା-ମାଙ୍କୁ କନ୍ଦେଇଦେଲା ପୁଅ, ଲୋକେ କହିଲେ ପୁଅ ହେଵତ ଏମିତି





ବିହାର: ବିହାରରେ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି । ରୋହତାସର ହିମାଂଶୁ ରାଜ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।  ହିମାଂଶୁ ୯୬.୨୦ ପ୍ରତିଶତ ହାସଲ କରି ସମସ୍ତଙ୍କୁ ପଛରେ ପକେଇଦେଇଛନ୍ତି । ହିମାଂଶୁ ବହୁତ ଗରିବ ପରିବାରର ଏବଂ ତାଙ୍କ ପିତାଙ୍କ ସହ ପନିପରିବା ବିକ୍ରି କରୁଥିଲେ | 

ଚଳିତ ବର୍ଷ ବିହାରର ରୋହତାସ ଜିଲ୍ଲାର ହିମାଂଶୁ ରାଜ ବିଏସବି ଦଶମ ରେଜଲ୍ଟରେ ଶୀର୍ଷ ସ୍ଥାନରେ ରହିଛନ୍ତି। ବିହାରରେ ଦଶମ ବୋର୍ଡ ପରୀକ୍ଷାରେ ହିମାଂଶୁ ରାଜ ୯୬ .୨୦  ପ୍ରତିଶତ ମାର୍କ ହାସଲ କରି ଶୀର୍ଷରେ ରହିଛନ୍ତି। ସେ ୫୦୦ ରୁ ୪୮୧  ନମ୍ବର ରଖିଛନ୍ତି । ଯାହାକୁ ନେଇ ସମଗ୍ର ରୋହତାସ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ହିମାଂଶୁଙ୍କ ପିତା ପନିପରିବା ବିକ୍ରି କରନ୍ତି । ପାଠପଢା ପରେ ହିମାଂଶୁ ମଧ୍ୟ ତାଙ୍କ ପିତାଙ୍କୁ କାମରେ ସାହାଯ୍ୟ କରନ୍ତି । ଆଉ ହିମାଂଶୁଙ୍କ ଏଭଳି ସଫଳତା ପରେ ସମଗ୍ର ଗାଁରେ ଖୁସିର ଲହରୀ ଖେଳିଯାଇଥିଲା ।  ଅଭିନନ୍ଦନ ଜଣାଇବା ପାଇଁ ହିମାଂଶୁଙ୍କ ଘରେ ଲୋକଙ୍କ ଭିଡ ଜମିଥିଲା । ତେବେ ଭବିଷ୍ୟତରେ ହିମାଂଶୁ ଜଣେ ସଫ୍ଟୱେୟାର ଇଞ୍ଜିନିୟର ହେବାକୁ ଲକ୍ଷ ରଖିଛନ୍ତି ।


Tags

Related Articles

Back to top button
Close