Trending

ମୂଷାର ରୋଜଗାର ଦେଖି ଉଡିଯିବ ଆପଣଙ୍କ ହୋସ ,ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ





ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଏକ ମୂଷାର  ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ଏକ ସାଧାରଣ ମୂଷା ନୁହେଁ ବରଂ ଏକ ଧନୀ ମୂଷା । କେବଳ ଏତିକି ନୁହେଁ, ସେ ନିଜ ପାଦରେ ପେଣ୍ଟିଂ କରନ୍ତି ଏବଂ ସେହି ପେଣ୍ଟିଂରୁ ମୋଟା ଅଙ୍କର ଟଙ୍କା ମଧ୍ୟ ରୋଜଗାର କରନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୁଷାର ଏହି ପେଣ୍ଟିଂ ସାରା ବିଶ୍ୱରେ ବିକ୍ରି ହୋଇଛି । ଯାହାର ମୂଲ୍ୟ ପ୍ରାୟ ୧ ହଜାର ପାଉଣ୍ଡ ମାନେ ୯୨ ହଜାର ଟଙ୍କା । ଯେତେବେଳେ ମୂଷାର ମାଲିକ ଜାଣିବାକୁ ପାଇଲେ ଯେ ସେ ଏତେ ଭଲ ଚିତ୍ର କରିଛନ୍ତି, ସେତେବେଳେ ସେ ରାସାୟନିକ ବିନା ଏକ ରଙ୍ଗ ଏବଂ ମିନି କାନଭାସ୍ କିଣିଥିଲେ, ଯାହା ଉପରେ ମୂଷା ଗୁସ୍ ନିଜର ଯାଦୁ ଦେଖାନ୍ତି ।

ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ଲୋକମାନେ ମଧ୍ୟ ଗୁସ୍ ଦ୍ୱାରା ନିର୍ମିତ ଏହି ଚିତ୍ରକୁ କିଣିବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି ।


Tags

Related Articles

Back to top button
Close