ଯାଜପୁର: ରାସ୍ତା ମଝିରେ ଶିକ୍ଷୟତ୍ରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ରାଛିପୁର ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି ।
ଆଉ ଜଣେ ଶିକ୍ଷକଙ୍କ ସହ ବାଇକ୍ ରେ ଯାଉଥିବା ବେଳେ ଉଦ୍ଭୟଙ୍କୁ ଆକ୍ରମଣ ହୋଇଥିଲା। ସେହି ସମୟରେ ଶିକ୍ଷୟତ୍ରୀଙ୍କୁ ଗୋଡ଼େଇ ଗୋଡେଇ ହାଣିଥିଲେ ଦୁର୍ବୃତ୍ତ ।ଘଟଣାସ୍ଥଳରେ ଶିକ୍ଷୟତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶିକ୍ଷକ ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମୃତ ଶିକ୍ଷୟତ୍ରୀ ଜଣକ ନିକଟରେ ଥିବା ଏକ ସ୍କୁଲରେ ନିଯୁକ୍ତ ଥିଲେ । ହତ୍ୟା ଓ ଆକ୍ରମଣର କାରଣ କ’ଣ ସେନେଇ ସ୍ପଷ୍ଟ କାରଣ ଏଯାବତ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରାଯାଇଛି । ଘଟଣା ସମ୍ବନ୍ଧରେ ଅଧିକ ଖୋଳତାଡ଼ ପରେ ହତ୍ୟାର କାରଣ ଜଣାପଡ଼ିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।