OdiaTrending

ଏ ହେଉଛି ବଲିଉଡର ଅଧିକ ରୋଜଗାର କରିଥିବା ଫିଲ୍ମ, ଜାଣନ୍ତୁ କେଉଁ ମୁଭି କରିଛି କେତେ ରୋଜଗାର ?

ମୁମ୍ବାଇ: ହିନ୍ଦୀ ସିନେମା ସାରା ବିଶ୍ୱରେ ସ୍ୱୀକୃତିପ୍ରାପ୍ତ । କେବଳ ଦେଶରେ ନୁହେଁ ବିଦେଶରେ ବଲିଉଡ ତାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ହିନ୍ଦୀ ସିନେମାରେ ଏପର୍ଯ୍ୟନ୍ତ ଏକରୁ ଅଧିକ ଚଳଚ୍ଚିତ୍ର ଅଛି, କିନ୍ତୁ ଆଜି ଆମେ ଆପଣଙ୍କୁ ହିନ୍ଦୀ ସିନେମାର ସେଇ ୫ ଟି ଚଳଚ୍ଚିତ୍ର ବିଷୟରେ ସୂଚନା ଦେଉଛୁ ଯାହା ବକ୍ସ ଅଫିସରେ ସର୍ବାଧିକ ଆୟ କରିଛି ।

ଏହି ତାଲିକାରେ ସଲମାନ ଖାନ ଏବଂ ଅନୁଷ୍କା ଶର୍ମାଙ୍କ ଫିଲ୍ମ ସୁଲତାନ ୫ ନମ୍ବରରେ ରହିଛି । ଏହି ଚଳଚ୍ଚିତ୍ରର ଆୟ ୫୯୦ କୋଟି ଥିଲା।

ଚତୁର୍ଥ ନମ୍ବରରେ ସଲମାନ ଖାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନ ରହିଛି । ସଲମାନ ଏବଂ କରୀନାଙ୍କ ଏହି ଫିଲ୍ମ ପ୍ରାୟ ୬୩୦ କୋଟି ଆୟ କରିଥିଲା।

ପ୍ରଭାସଙ୍କ ବାହୁବଳି ତିନି ନମ୍ବରରେ ରହିଛି । ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବା ମାତ୍ରେ ସମସ୍ତ ପୁରୁଣା ରେକର୍ଡଗୁଡ଼ିକୁ ଭାଙ୍ଗି ଦେଇଥିଲା । ୫ ବର୍ଷ ପୂର୍ବେ ଆସିଥିବା ଅଭିନେତା ପ୍ରଭାସଙ୍କ ଫିଲ୍ମ ମୋଟ ୬୫୦ କୋଟି ଟଙ୍କା ରୋଜଗାର କରିଥିଲା ।

ସର୍ବାଧିକ ଆୟ କରିଥିବା ହିନ୍ଦୀ ସିନେମା ଚଳଚ୍ଚିତ୍ର ମଧ୍ୟରେ ଆମୀର ଖାନଙ୍କ ପି.କେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଚଳଚ୍ଚିତ୍ରଟି ମୋଟ ୮୦୦ କୋଟି ଟଙ୍କା ଆୟ କରିଛି ।

ନମ୍ବର ୧ ରେ ରହିଛି ବାହୁବଲୀ -୨ । ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା । ଫିଲ୍ମଟି ପରଦାକୁ ଆସିବା ମାତ୍ରେ ରେକର୍ଡ କରିଥିଲା । ଇତିହାସ ସୃଷ୍ଟି କରି ଏହି ଚଳଚ୍ଚିତ୍ରଟି ମୋଟ ୧୬୦୮ କୋଟି ଟଙ୍କା ଆୟ କରିଥିଲା ।

Tags

Related Articles

Back to top button
Close