Trending

ଟିକଟକରେ ଷ୍ଟଣ୍ଟ ପଡିଲା ଡେଭିଡ ୱାର୍ନରଙ୍କୁ ଭାରି, ଭାଙ୍ଗିଲା ଦାନ୍ତ





ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନର କ୍ରମାଗତ ଭାବେ  ସୋସିଆଲ ମିଡିଆରେ ଧମାଲ କରୁଛନ୍ତି । ନିକଟରେ ୱାର୍ଣ୍ଣର ତାଙ୍କ ଝିଅଙ୍କ ପରାମର୍ଶ କ୍ରମେ ନିଜର ଟିକଟକ ଆକାଉଣ୍ଟ୍ ଖୋଲିଥିଲେ । ଆଉ ଟିକଟକରେ  ଭିଡିଓ ସେୟାର କରି ୱାର୍ଣ୍ଣର ତାଙ୍କ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରୁଛନ୍ତି ।

ଡେଭିଡ ୱାର୍ନର ଇନଷ୍ଟାଗ୍ରାମରେ ଏକ ଟିକେଟ୍ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ, ଡେଭିଡ ୱାର୍ନର ଏକ ବିପଜ୍ଜନକ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି । ଡେଭିଡ ୱାର୍ନର ଡ୍ରିଲ ମେସିନକୁ ସାହାଯ୍ୟରେ ମକା ଖାଇବାକୁ ଚେଷ୍ଟା କରୁଛନ୍ତି ।

ହେଲେ ଏହି ଷ୍ଟଣ୍ଟରେ ତାଙ୍କର ଦୁଇଟି ଦାନ୍ତ ଭାଙ୍ଗିଯିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓ ସେୟାର କରି ଡେଭିଡ ୱାର୍ନର ଲେଖିଛନ୍ତି, ‘ଏଭଳି ଷ୍ଟଣ୍ଟକୁ କେବେବି ଘରେ କରିବାକୁ ଚେଷ୍ଟା କରନ୍ତୁ ନାହିଁ।


x

Tags

Related Articles

Back to top button
Close