ନୂଆଦିଲ୍ଲୀ: ସମସ୍ତେ ବୁଲେଟ୍ ବାଇକ୍ ପାଇଁ ପାଗଳ । ଏହି ବାଇକ୍ ଏପରି ଯେ ଏଥିରେ ବସିଥିବା ପ୍ରତ୍ୟେକ ବ୍ୟକ୍ତି ନିଜକୁ ରାଜା ବାବୁ ବୋଲି ଭାବନ୍ତି । କିନ୍ତୁ ବେଳେ ବେଳେ ଏମିତି କିଛି କାମ କରିଥାନ୍ତି ଯାହାପାଇଁ ସେମାନଂକୁ ମୋଟାଅଙ୍କର ଜରିମାନା ମଧ୍ୟ ଦେବାକୁ ପଡିଥାଏ ।
ଏମିତି ଏକ ଖବର ସାମ୍ନାକୁ ଆସିଛି ହରିୟାଣାର ଏକ ଜିଲ୍ଲାରୁ । ପୋଲିସ ସେମାନଙ୍କ ଅଫିସିଆଲ ହ୍ୟାଣ୍ଡେଲରେ ଟୁଇଟ୍ ମଧ୍ୟ କରିଛନ୍ତି । ଏହି ଟ୍ୱିଟ୍ରେ ସେ ଲେଖିଛନ୍ତି ଯେ, ଦୁଇଟି ବୁଲେଟ୍ ବାଇକ୍ ଚାଳକଙ୍କୁ ଠାରୁ ୬୮ ହଜାର ୫୦୦ ଟଙ୍କାର ଚାଲାଣ କଟାଯାଇଛି ।
କାରଣ ସେମାନେ ସାଇଲେନ୍ସରରୁ ଫାୟାରଫ୍ରାକର ଶବ୍ଦ କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ସହ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରୁଥିବାରୁ ବୁଲେଟ୍ କୁ ଜବତ କରାଯାଇଥିଲା।