Trending

ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ ଗ୍ରାମବାସୀ, ଜୀବନ ବଂଚେଇ ଫେରିଲେ ଘରକୁ





ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଜଙ୍ଗଲରେ ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି। ରବିବାର ମଧ୍ୟପ୍ରଦେଶ ଶାହଦୋଲ ଜିଲ୍ଲାର କିଛି ଗାଁଲୋକ ଜଙ୍ଗଲକୁ ଯାଇଥିଲେ କେଦୁପତ୍ର ତୋଳିବାକୁ । ହେଲେ ତାଙ୍କ ସାମ୍ନାକୁ ହଠାତ ଚାଲି ଆସିଥିଲେ ୪ ଟି ବାଘ । ତେବେ ମୃତ୍ୟୁକୁ ଅତି ନିକଟରୁ ଦେଖି ଭୟଭୀତ ହୋଇପଡିଲେ ଗ୍ରାମବାସୀ  ।

ଜଙ୍ଗଲରେ ପତ୍ର ତୋଳୁଥିବା ବେଳେ ଗ୍ରାମବାସୀମାନେ ଦେଖିଲେ ଯେ ୪ ଟି ସେମାନଙ୍କ ଆଡକୁ ଆସୁଛନ୍ତି । ଯାହାକୁ ଦେଖି କିଛି ଲୋକ ଦୌଡ଼ି ପଳେଇଥିଲେ ତ ଆଉ କିଛି ଲୋକ ଗଛ ଉପରେ ଚଢି ନିଜ ଜୀବନ ରକ୍ଷା କରିଥିଲେ । ୪ ଟି ବାଘ ସେଠାରେ ପ୍ରାୟ ୪୫ ମିନିଟ୍ ରହିଲେ। ଯାହାଫଳରେ ଗଛରେ ବସିଥିବା ଗ୍ରାମବାସୀଙ୍କ ନିଶ୍ୱାସ ଅଟକି ଯାଇଥିଲା। କିଛି ଗ୍ରାମବାସୀ ଗଛ ଉପରେ ଥାଇ ବାଘର ଭିଡିଓ ସୁଟ କରିଥିଲେ।

ବନ ବିଭାଗ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀ ସାହାଯ୍ୟରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ବାଘମାନଙ୍କୁ ସୁରକ୍ଷିତ ଜଙ୍ଗଲକୁ ପଠାଇଥିଲେ। ପରେ ଗ୍ରାମବାସୀଙ୍କୁ ଗଛରୁ ଓହ୍ଲାଇ ସେମାନଙ୍କ ଘରକୁ ପଠାଇଦେଇଥିଲେ ।


Tags

Related Articles

Back to top button
Close