ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମୁମ୍ବାଇରେ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ରହୁଛନ୍ତି । ଲକ ଡାଉନ ପୂର୍ବରୁ ଦୁହେଁ କାମରେ ଏତେ ବ୍ୟସ୍ତ ଥିଲେ ଯେ ସେମାନେ ପରସ୍ପରକୁ ସମୟ ଦେଇପାରୁନଥିଲେ । ଯେହେତୁ ଉଭୟଙ୍କର ବର୍ତ୍ତମାନ ସମୟ ଅଛି, ଦୁହେଁ କେବଳ ପରସ୍ପରକୁ ସମୟ ଦେଉନାହାଁନ୍ତି, ବରଂ ନିଜ ପ୍ରଶଂସକ ଏବଂ ସାଙ୍ଗମାନଙ୍କ ସହିତ ସୋସିଆଲ ମିଡିଆରେ ମଧ୍ୟ ସମୟ ବିତାଉଛନ୍ତି । ନିକଟରେ ବିରାଟ ଫୁଟବଲ ତାରକା ସୁନୀଲ ଛେତ୍ରୀଙ୍କ ସହ ଲାଇଭ ଚାଟ୍ କରିଥିଲେ। ଏଥିରେ ବିରାଟ ଅନୁଷ୍କାଙ୍କ ବିଷୟରେ ଅନେକ ରହସ୍ୟ ଖୋଲିଥିଲେ।
ସୁନୀଲ ଛେତ୍ରୀଙ୍କ ସହ ଲାଇଭ ଚାଟରେ ବିରାଟ ତାଙ୍କ ବିବାହିତ ଜୀବନ ବିଷୟରେ କିଛି ରୋଚକ କଥା ପ୍ରକାଶ କରିଥିଲେ। ସୁନୀଲ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ, ବିରାଟ ଅନୁଷ୍କାଙ୍କୁ କେବେବି ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇନାହାଁନ୍ତି। ବରଂ ଦୁହିଁଙ୍କ ମଧ୍ୟରେ ପ୍ରେମ ନିଜେ ଆଡୁ ସୃଷ୍ଟି ହୋଇଥିଲା |
ବିରାଟ କହିଛନ୍ତି ଯେ ,”ମୁଁ ବିଶ୍ୱାସ କରେ ଯେତେବେଳେ ତୁମେ ତୁମ ଜୀବନକୁ ହସଖୁସିରେ ବିତେଇଥାଅ, ସେତେବେଳେ ଆପଙ୍କ ପାଇଁ କୌଣସି ବିଶେଷ ଦିନ ନଥାଏ। ପ୍ରତ୍ୟେକ ଦିନ ଆପଙ୍କ ପାଇଁ ଭାଲେଣ୍ଟାଇନ୍ ଏବଂ ସ୍ୱତନ୍ତ୍ର ଦିନ ହୋଇଥାଏ। ଆମେ ଜାଣିଥିଲୁ ଆମେ ପରସ୍ପରକୁ ବିବାହ କରିବାକୁ ଯାଉଛୁ, ଏଥିରେ କୌଣସି ସନ୍ଦେହ ନଥିଲା । ତେବେ ବିରାଟ ଏବଂ ଅନୁଷ୍କା ୧୧ ଡିସେମ୍ବର ୨୦୧୭ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।