ଦୀର୍ଘ ୨ ମାସର ଲକଡାଉନ ପରେ କୁନି ଝିଅଟି ହଠାତ ତା ବାପାଙ୍କୁ ଦେଖିପକାଏ | ଆଉ ତା’ ପରେ …

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବାପା ଓ ଝିଅ ମଧ୍ୟରେ ଥିବା ସେଇ ଭଲପାଇବାର ଏକ ଭିଡିଓ । ଯେଉଁ ଭିଡିଓକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । କାରଣ ସେଇ ମୁହୂର୍ତ ହିଁ କିଛି ଏମିତି ଥିଲା । ଦୀର୍ଘ ଦିନର ପରେ ଯେତେବେଳେ କୁନିଝିଅ ଟି ତା ବାପାକୁ ପାଖରେ ପାଇଛି ସେତେବେଳେ ସେ ଶବ୍ଦ ହୀନ ହୋଇଯାଇଛି ।

ମୁହଁରେ ନୁହେଁ ବରଂ ସେ ତାର ଆଖିରେ ତାର ବାପାଙ୍କୁ କିଛି କହିଯାଉଛି । କୁନିଝିଅଟି କାନ୍ଦି କାନ୍ଦି ବାପାଙ୍କ ପାଖକୁ ଯାଉଛି ଏବଂ ବାପାଙ୍କୁ ବଲବଲ କରି ଚାହିଁ ରହୁଛି । କ୍ୟାପଟେନ୍ ଧବଲ୍ ଲକଡାଉନ୍ ସମୟରେ ଘରଠାରୁ ଅଢେଇମାସ ଦୂର ରହିଥିଲେ । ତାଲାବନ୍ଦ ସାମାନ୍ୟ କୋହଳ ହେବା ପରେ ସେ ଯେତେବେଳେ ଘରେ ପହଁଚିଲେ ଝିଅ ଶିଲୋହ ବାପାଙ୍କୁ ଦେଖି ଖୁସି ହୋଇ କାନ୍ଦିପକାଇଥିଲା ।

ଏହି ଭିଡିଓଟି ଭିଡିଓକୁ ଇଣ୍ଡିଆନ୍ ଫରେଷ୍ଟ୍ ଅଫିସର୍ ସୁଧା ରମଣ୍ ସେୟାର୍ କରିଥିଲେ । ଆଉ ସୋସିଆଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ଖୁବ୍ ଭାଇରାଲ୍ ହୋଇଛି ।