ନୂଆଦିଲ୍ଲୀ: ଟିକଟକ୍ ଆପର ଲୋକପ୍ରିୟତା ଏବଂ ଏହାର ଟ୍ରେଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି l ଅନେକଙ୍କୁ ରାତାରାତି ଷ୍ଟାର ମଧ୍ୟ୍ୟ ବନେଇ ଦେଇଛି ଏହି ଟିକଟକ୍ l କ୍ଷୁଦ୍ର ଭିଡିଓ ସେୟାରିଂ ଆପରେ ନିଜର ପ୍ରତିଭା ଉପସ୍ଥାପନ କରି ଅନେକ ଲୋକ ଖୁବ କମ ଦିନ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି l
ଏଭଳି ଟିକଟକ୍ ତାରକା ହେଉଛନ୍ତି ନିଶା ଗୁରୁଗାନ୍ l ଆଜିକାଲି ସୋସିଆଲ୍ ମିଡିଆରେ ତାଙ୍କର ଓଠ-ସିଙ୍କ୍ ଭିଡିଓ ଏବଂ ସୁନ୍ଦର ଉପସ୍ଥାପନ ପାଇଁ ସେ ଆଜି ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି l ନିଶାଙ୍କର ବର୍ତ୍ତମାନ ଇନଷ୍ଟାଗ୍ରାମରେ ୨ ମିଲିୟନ୍ ରୁ ଅଧିକ ଅନୁସରଣକାରୀ ଅଛନ୍ତି l
ନିକଟରେ ନିଶା ତାଙ୍କ ସଙ୍ଗୀତ ଭିଡିଓ ‘ରୋମାନ୍ସ କରୁନ ’ ହ୍ରିତିକ ଚୌହାନଙ୍କ ସହ ମୁକ୍ତିଲାଭ କରିଥିଲେ l ନିଶାଙ୍କ ଟିକଟକ୍ ଭିଡିଓ ଗୁଡିକ ସୋସିଆଲ ମିଡିଆରେ # fantastic3 କିମ୍ବା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଖିବାକୁ ମିଳିଛି l ସେଇ ଭିଡିଓରେ ତାଙ୍କର କିଛି ମଜାଳିଆ ଭିଡିଓ ଏବଂ ଫଟୋ ରହିଛି ଯାହାଦ୍ୱାରା କି ସେ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପାଇଁ ଚେଷ୍ଟା କରିଛନ୍ତି l