ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ପ୍ରକାର ଗାଡି କମ୍ପାନୀର ସୋରୁମ ରହିଛି l ମାର୍କେଟରେ ପ୍ରତିଦିନ ବିଭିନ୍ନ କମ୍ପାନୀ ଗାଡି ବିକ୍ରି ହୋଇଥାଏ ଆଉ କୋଟି କୋଟି ଟଙ୍କା ବ୍ୟବସାୟ କରିଥାନ୍ତି ଏହି କମ୍ପାନୀମାନେ l ଦେଶ ବିଦେଶରୁ ଗାଡି ଆସି ବିକ୍ରି ହୋଇଥାଏ ଆମ ରାଜ୍ୟରେ l କିନ୍ତୁ କିଛିଦିନ ହେବ ବଦଳି ଯାଇଛି ରୂପ ରେଖ l ବଦଳି ଯାଇଛି ଲୋକଙ୍କ ଜୀବନ ଶୈଳୀ l କରୋନା ଠାରୁ ବଂଚିବା ପାଇଁ ଲୋକେ ଏବେ ସଂଘର୍ଷ କରୁଛନ୍ତି l
କରୋନାର ପ୍ରଭାବ କେଵଳ ମନୁଷ୍ୟ ସମାଜ ଉପରେ ପଡିନି l ଦେଶର ଆର୍ଥିକ ସ୍ଥିତିକୁ ମଧ୍ୟ୍ୟ ଦୋହଲେଇ ଦେଇଛି l ଏଭଳି ସ୍ଥିତିରେ ନା ଆଜି ଆସୁଛି ଦେଶ ବିଦେଶରୁ ଗାଡି ନା ଖୋଲା ରହୁଛି ସୋରୁମ l ମହାମାରୀ କୋରନା କବଳରେ ଏବେ ସାରା ଦେଶ l
ଲକ ଡାଉନ ପରେ ଖୋଲିବ କି ଗାଡି ସୋରୁମ l ଯଦି ବି ଖୋଲା ହୁଏ, ତେବେ ଗାଡି କମ୍ପାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ଅଫର ଦେବେ କି ? ପ୍ରତି ଗାଡ଼ିରୁ କେତେ ଟଙ୍କା ଛାଡ଼ କରିବେ? ନା ଦାମ ଟିକେ ବଢ଼େଇ ଦେବେ ? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ଲୋକଙ୍କ ମନରେ l କାରଣ ଆଗକୁ ଆସୁଛି ପର୍ବ l ଆଉ ସେଇ ସମୟକୁ ଲୋକମାନେ ଅନାଇ ବସିଛନ୍ତି l ସତରେ କେବେ ଖୋଲିବ ଗାଡି ସୋରୁମ ?
ଏହିଭଳି ପ୍ରଶ୍ନ କେବଳ ଗ୍ରାହକମାନଙ୍କ ମନରେ ନୁହେଁ ଗାଡି ସୋରୁମ ମାଲିକ ମାନଙ୍କ ମନରେ ମଧ୍ୟ ସେଇ ସମାନ ପ୍ରଶ୍ନ l ମହାମାରି କୋରନା ପୂର୍ବରୁ ଗାଡି ଯେଉଁଭଳି କିଣା ବିକା ହେଉଥିଲା ସେହିଭଳି ବିକ୍ରି ହେବ କି ନାଇଁ ସେନେଇ ଆଶା ଆଶଙ୍କାରେ ଚାଇଁ ବସିଛନ୍ତି ସଭିଏଁ l