Trending

ଲକ ଡାଉନ କଲା ଭାରତୀୟ କ୍ରିକେଟରଙ୍କ ଏମିତି ହାଲତ,ଦେଖିଲେ ବି ବିଶ୍ୱାସ କରିପାରିବେନି ଆପଣ

 

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଏହିପରି ଅନେକ ଫଟୋ ଏବଂ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ଏହି ଧାରାବାହିକରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚିତ୍ର ମଧ୍ୟ ଯୋଡା ଯାଇଛି, ଯେଉଁଥିରେ ଧୋନିଙ୍କ ଲୁକ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି l

ମହେନ୍ଦ୍ର ସିଂ ଧୋନିଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ଲୋକମାନେ ବାରମ୍ବାର ଦେଖୁଛନ୍ତି l କାରଣ ପ୍ରଶଂସକ ମାନେ ଏହି ଫଟୋ କୁ ଦେଖି ବିଶ୍ୱାସ କରିପାରୁନାହାନ୍ତି l ଆଉ ନିଜକୁ ନିଜେ ପଚାରୁଛନ୍ତି, ପ୍ରକୃତରେ ଇଏ କଣ ସେଇ ଧୋନୀ ?

ଧୋନିଙ୍କ ପ୍ରଶଂସକମାନେ ତାଙ୍କ ଲକଡାଉନ୍ ପୂର୍ବରୁ ଲୁକ୍ ଏବଂ ସାମ୍ପ୍ରତିକ ଲୁକକୁ ତୁଳନା କରିବା ଆରମ୍ଭ କରିଛନ୍ତି l ଧୋନିଙ୍କ ଏହି ଚିତ୍ର ସହିତ ଜଡିତ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେଉଛି l ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଧୋନୀଙ୍କ ଦାଢ଼ି ହୋଇଯାଇଛି l ଚୁଟି ସବୁ ଧଳା ଦେଖାଯାଉଛି  l ହଠାତ ଦେଖିଲେ ଆପଣ ଜାଣି ପାରିବେନି ଯେ, ଏ ହେଉଛନ୍ତି ସେହି ମାହୀ l

ଲକ ଡାଉନରେ ସମୟରେ ଧୋନୀ ନିଜ ପରିବାର ସହ ସମୟ ବିତାଉଛନ୍ତି l କେତେବେଳେ ଝିଅକୁ ଧରି ବାଇକରେ ବୁଲୁଛନ୍ତି ତ ଆଉ କେତେବେଳେ ନିଜ ପୋଷା କୁକୁର ସହ ଖେଳୁଥିବାର ନଜର ଆସୁଛନ୍ତି l  ଧୋନିଙ୍କ ପ୍ରଶଂସକମାନେ ତାଙ୍କୁ ପଡ଼ିଆରେ କ୍ରିକେଟ୍ ଖେଳିବାକୁ ଦେଖିବାକୁ ଚାହାଁନ୍ତି l

ଧୋନି ମଧ୍ୟ ନିଜର ଫିଟନେସ ବଜାୟ ରଖିବା ପାଇଁ ନିରନ୍ତର ଅଭ୍ୟାସ କରୁଥିଲେ, କିନ୍ତୁ କରୋନା ମହାମାରୀ ଆରମ୍ଭ ହେବା ପରେ କ୍ରିକେଟର ସମସ୍ତ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି l ଗତ ବର୍ଷ ଜୁଲାଇରେ ବିଶ୍ୱକପ୍ ସେମିଫାଇନାଲ ହାରିବା ପରେ ଧୋନି ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି l ସେ ମଧ୍ୟ ଆଇପିଏଲକୁ ଅପେକ୍ଷା କରିଥିଲେ, କିନ୍ତୁ ଏହାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି l

 

Tags

Related Articles

Back to top button
Close