ଆପଣ ମାନେ ଆଗରୁ ବହୁତ ଅନଲାଇନରେ ଅଡର କରିଥିବେ l କିନ୍ତୁ ଏହି ମହାମାରୀ କୋରନା ପାଇଁ ଦେଶ କଣ ବିଶ୍ୱରେ ମଧ୍ୟ ଲକ ଡାଉନ ଜାରି କରାଯାଇଛି l ଏଥିପାଇଁ ଆପଣ ଚିନ୍ତିତ ଥିବେ କେବେ ଏହି ଲକଡାଉନର ସମୟ ସୀମା ସରିବ ଆମେ ପୂର୍ବଭଳି online shoping କରିବୁ l ହେଲେ ଏମିତି କିଛି ଗ୍ରାହକ ଅଛନ୍ତି ଯେଉଁମାନେ ଲକ ଡାଉନରେ ଥାଇ ମଧ୍ୟ ବିଭିନ୍ନ ସାଇଡକୁ ଯାଇ ବିଭିନ୍ନ ସାମଗ୍ରୀ ଦେଖୁଛନ୍ତି l
ଏଭଳି ଗ୍ରାହକ ବା ଲୋକଙ୍କୁ ଆପଣ କଣ କହିବେ, ମାନସିକତା ନା ଦୁର୍ବଳତା l କିନ୍ତୁ ଆମେ କହିବୁ ଏହା ହେଉଛି ଏକ ନିଶା l ମହାମାରି କୋରନା ପାଇଁ ବିଦେଶରୁ କୌଣସି ମାଲ ଆସିପାରୁନାହିଁ l ବିଶେଷ କରି ଅନଲାଇନରେ କପଡା ଏବଂ ଖାଇବା ଅଧିକ ଅଡ଼ର ହୋଇଥାଏ l ହେଲେ ଏବେ କିନ୍ତୁ ତାହା ଦେଖିବାକୁ ଆଉ ମିଳୁନି l ସବୁ ଯେମିତି ଏକ ପ୍ରକାର ଠପ ହେଇଯାଇଛି l ତେବେ ଏଭଳି ସମୟରେ ଆପଣମାନଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ, କେବେ ସ୍ୱଭାବିକ ହେବ ସ୍ଥିତି ଆଉ କେବେ ଅନଲାଇନରେ ପୂର୍ବଭଳି ଅଡର କରିପାରିବୁ l
ସାରା ବିଶ୍ୱବାସୀ ଏବେ ମହାମାରୀ କୋରନା ବିରୋଧରେ ଯୁଦ୍ଧ ଲଢ଼ୁଛନ୍ତି l କେମିତି ଏହି ମହାମାରୀ ଠାରୁ ରକ୍ଷା ପାଇ ପାରିବୁ ବୋଲି l ଆଉ ଏହିଭଳି ସ୍ଥିତିରେ ଆପଣମାନେ ଘରେ ବସିକି ଯେତିକି ଅନଲାଇନ ଅର୍ଡର କଥା ଭାବୁଛନ୍ତି ସେଇ ସମୟରେ ଆପଣମାନେ ଭଗଵାନଙ୍କ ନିକଟରେ ପାର୍ଥନା କରନ୍ତୁ l ଏ ବିଶ୍ଵ ଏବଂ ଦେଶ କେମିତି ଏହି ମହାମାରୀ ଲଢେଇରେ ବିଜୟ ହେବ l ଫଳରେ ଅନଲାଇନରେ କିଣାକିଣି କରୁଥିବା ଗ୍ରାହକ ପୁଣି ଥରେ ଆପଣମାନଙ୍କ ମନପସନ୍ଦର ସାମଗ୍ରୀ ହେଉ କି ଡ୍ରେସ ବା ଘରକରଣା ଜିନିଷ ଅନଲାଇନରେ ଅର୍ଡର କରିପାରିବେ l ହେଲେ କେବେ ସ୍ଥିତିରେ ସୁଧାର ଆସିବ କେବେ କମ୍ପାନୀ କାର୍ଯ୍ୟକ୍ଷମ ହେବ ତାହାତ ପରବର୍ତ୍ତୀ ମୁହୂର୍ତ୍ତରେ ହିଁ ଜଣା ପଡିବ l