ପ୍ରତାରଣା ସ୍ୱାମୀ ପାଇଁ ଗାଁ ଦାଣ୍ଡରେ ମହାଭାରତ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ଗଞ୍ଜାମ: ରୀତିନୀତିରେ ଜଣକୁ ବିବାହ କଲେ l ପରେ ଆଉ ଜଣକୁ ପ୍ରେମ ବିବାହ କଲେ l ଆଉ ଏହି ପ୍ରେମ ବିବାହକୁ ପ୍ରଥମ ସ୍ତ୍ରୀ ବିରୋଧ କରିବାରୁ ତାଙ୍କୁ ପଥରରେ ଛେଚି ମାରିବା ଦେବାକୁ ଉଦ୍ୟମ କଲେ ସ୍ୱାମୀ l ଶେଷରେ ନ୍ୟାୟ ପାଇଁ ଥାନର ଦ୍ୱାରସ୍ଥ ହୋଇଛନ୍ତି ପ୍ରଥମ ସ୍ତ୍ରୀ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗାଁ ରେ l

ମିଳିଥିବା ସୂଚନ ଅନୁଯାଇ ରବିନ୍ଦ୍ର ନାୟକଙ୍କ ଠାରୁ ନିର୍ଯାତିତ ହେବ ପରେ ପ୍ରଥମ ସ୍ତ୍ରୀ ସନ୍ତୋଷିନୀ ପ୍ରଧାନ ତାଙ୍କର ୫ ବର୍ଷର ଛୋଟ ପୁଅକୁ ଧରି ନିଜ ବାପଘରେ ରହିଆସୁଥିଲେ l ଏଭଳି ପରିସ୍ଥିତୀରେ ସ୍ୱାମୀ ରବୀନ୍ଦ୍ର ପ୍ରଧାନ ୧୨ ଦିନ ତଳେ ଦ୍ୱିତୀୟ ବିବାହ କରିଥିବାର ଖବର ପାଇଥିଲେ ସନ୍ତୋଷିନୀ l ଆଉ ସ୍ୱାମୀଙ୍କ ଏଭଳି କାରନାମା ଜାଣିବା ପରେ ସନ୍ତୋଷିନୀ ପହଂଚିଥିଲେ ରବିନ୍ଦ୍ରଙ୍କ ଘରେ l

ଗୋଟିଏ ସ୍ତ୍ରୀ ଥାଉ ଥାଉ ଅନ୍ୟଜଣକୁ କେମିତି ବିବାହ କଲ ବୋଲି ପ୍ରଶ୍ନ କରିଥିଲେ l ସନ୍ତୋଷିନୀଙ୍କ ଏଭଳି ପ୍ରଶ୍ନରେ ରାଗିଯାଇଥିଲେ ସ୍ୱାମୀ ରବୀନ୍ଦ୍ର l ଉତ୍ୟକ୍ତ ହୋଇ ପ୍ରଥମ ସ୍ତ୍ରୀ ସନ୍ତୋଷିନୀ ପ୍ରଧାନକୁ ଗାଁ ଦାଣ୍ଡରେ ମାଡ଼ ମାରି ଘରୁ ତଡି ଦେବା ସହ ପଥରରେ ଛେଚି ମାରି ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ l ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ସ୍ୱାମୀଙ୍କ ଠାରୁ ମାଡ଼ ଖାଇ ପ୍ରଥମ ସ୍ତ୍ରୀ ସନ୍ତୋଷିନୀ ପ୍ରଧାନ ବୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ପୋଲିସ 172/20 ରେ ଏକ ମାମଲା ରୁଜୁ କରିବା ସହ ସ୍ୱାମୀ ରବୀନ୍ଦ୍ର ପ୍ରଧାନକୁ ଗିରଫ କରିଛି l

ସନ୍ତୋଷିନୀ ପ୍ରଧାନ