Trending

ପୁଣି ଭାଇରଲ ହେଲା ପ୍ରିୟା ପ୍ରକାଶଙ୍କ ଟିକଟକ ଭିଡିଓ, ପଗଲି ଗୀତ ଶୁଣି ପାଗଳ ହେଲେ ପ୍ରଶଂସକ





ମୁମ୍ବାଇ: ପୁଣି ଚର୍ଚ୍ଚାରେ ପ୍ରିୟା ପ୍ରକାଶ ଭାରିୟର୍ l ଏବେ ଟିକଟକ୍ ଭିଡିଓ ମାଧ୍ୟମରେ ସୋସିଆଲ୍ ମିଡିଆରେ ଆତଙ୍କ ସୃଷ୍ଟି କରୁଛନ୍ତି ପ୍ରିୟା l ଏହି ଭାଇରାଲ୍ ଭିଡିଓରେ ପ୍ରିୟା ପ୍ରକାଶ  ଅଭିନେତ୍ରୀ ମଧୁବାଲାଙ୍କ ‘ପଗଲି’ ଗୀତ ଗାଇଥିବାର ନଜର ଆସିଛନ୍ତି l

ପ୍ରିୟା ପ୍ରକାଶ ଟିକଟକରେ ବହୁତ ସକ୍ରିୟ ରହିଛନ୍ତି  ଏବଂ ମଜାଳିଆ ଭିଡିଓ ପୋଷ୍ଟ କରି ନିଜ ପ୍ରଶଂସକମାନଙ୍କ ମନ ଜିଣି ନେଉଛନ୍ତି l ନୃତ୍ୟ, ଅଭିନୟ ଏବଂ ଗୀତ ଗାଇବାର  ଭିଡିଓ ସେୟାର କରୁଛନ୍ତି l  ଆଉ ଯେତେବେଳେ ବି ପ୍ରିୟ ପ୍ରକାଶ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି, ସେଇ ଭିଡିଓ ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ l 

ପ୍ରିୟାଙ୍କ ଏକ ଭିଡିଓ 2018 ଭାଲେଣ୍ଟାଇନ୍ସ ଡେ ସମୟରେ ଭାଇରାଲ ହୋଇଥିଲା ଯେଉଁଥିରେ ଦକ୍ଷିଣ ଭାରତୀୟ ତାରକା 10 ସେକେଣ୍ଡର ଭିଡିଓଟି ହଇଚଇ  ସୃଷ୍ଟି କରିଥିଲା  l ଲୋକମାନେ ଏହି ଭିଡିଓକୁ ବାରମ୍ବାର ଦେଖିଲେ ଏବଂ ଗୁଗୁଲରେ ଏହି ଅଭିନେତ୍ରୀଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ l ଯାହା ପରେ ପ୍ରିୟା ପ୍ରକାଶ ୱାରିଅର୍ ଏକ ଇଣ୍ଟରନେଟ୍ ସେନ୍ସେସ୍ ହୋଇଗଲେ l ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ l


Tags

Related Articles

Back to top button
Close