
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏଭଳି ଏକ ଖବର ଭାଇରଲ ହେଉଛି ଯାହାକି ଆପଣମାନଂକୁ ଆଶ୍ଚର୍ଯ୍ୟ ଚକିତ କରିବ ।ରୁଷର ଜଣେ ସୋସିଆଲ ମିଡ଼ିଆ ଷ୍ଟାର ତାଙ୍କ ପୁଅକୁ ବିବାହ କରିଛନ୍ତି ।
ମରିନା ବଲମଶେଭା ତାଙ୍କ ପୂର୍ବ ସ୍ୱାମୀ ଏରେ ଏବଂ ତାଙ୍କର ୨୦ ବର୍ଷର ପୁଅଙ୍କ ସହ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ରହିଆସୁଥିଲେ । ବିବାହର ୧୦ ବର୍ଷ ପରେ ମାରିନା ଏରେଙ୍କୁ ଛାଡପତ୍ର ଦେବା ପରେ ସେ ତାଙ୍କ ସାବତ ପୁଅକୁ ବିବାହ କରିଥିଲେ। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
ମରିନା କହିଛନ୍ତି ଯେ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ସେ ତାଙ୍କର ୨୦ ବର୍ଷର ସାବତ ପୁଅ ଭ୍ଲାଦିମିରଙ୍କ ପ୍ରେମରେ ପଡିଯାଇଥିଲେ ଏବଂ ଶେଷରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
୨୦୨୦ ଆରମ୍ଭରେ ଉଭୟ ବିବାହ କରିବାକୁ ଯାଉଥିଲେ କିନ୍ତୁ କରୋନା ମହାମାରୀ ହେତୁ ସେମାନଙ୍କ ଯୋଜନା ସ୍ଥଗିତ ରଖାଯାଇଥିଲା। ଶେଷରେ ସେମାନେ ଗତ ସପ୍ତାହରେ ବିବାହ କରିଥିଲେ। ବର୍ତମାନ ମରିନା ଗର୍ଭବତୀ ଅଛନ୍ତି । ଉଭୟ ବିବାହ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।