OdiaTrending

ଶେଷରେ ଖୋଲିଲା ବିଶ୍ୱର ପ୍ରଥମ ଗୋଲ୍ଡେନ୍ ହୋଟେଲ, ଏଠି ଗୋଟିଏ ରାତି ରହଣି ପାଇଁ ..

ନୂଆଦିଲ୍ଲୀ: ଭିଏତନାମର ରାଜଧାନୀ ହାନୋଇରେ ବିଶ୍ୱର ପ୍ରଥମ ସୁନା ହୋଟେଲ ଖୋଲା ଯାଇଛି । ଏଠାରେ କବାଟ, କପ୍, ଟେବୁଲ୍, ୱିଣ୍ଡୋ, ଟ୍ୟାପ୍, ୱାଶରୁମ୍, ଡାଇନିଂ ବାସନ ସବୁ ସୁନା । ଏହି ହୋଟେଲ ୨ ଜୁଲାଇ ଅର୍ଥାତ ଗୁରୁବାର ଦିନ ଲଞ୍ଚ କରାଯାଇଛି।

ଏହି ହୋଟେଲର ନାମ ହେଉଛି Dolce Hanoi Golden Lake । ଏହି ହୋଟେଲରେ ଗେଟ୍ ଠାରୁ କଫି କପ୍ ପର୍ଯ୍ୟନ୍ତ ସବୁ ସୁନାରେ ତିଆରି ହୋଇଛି । ଏହା ଏକ ପଞ୍ଚ ତାରକା ହୋଟେଲ । ଯାହା ୨୫ ମହଲା ବିଶିଷ୍ଟ । ଏହି ହୋଟେଲରେ ୪୦୦ ରୁମ୍ ରହିଛି । ହୋଟେଲର ବାହ୍ୟ କାନ୍ଥରେ ପ୍ରାୟ ୫୪ ହଜାର ବର୍ଗଫୁଟର ସୁନା ଧାତୁଯୁକ୍ତ ଟାଇଲ ମଧ୍ୟ ଲଗାଯାଇଛି।

ହୋଟେଲ କର୍ମଚାରୀଙ୍କ ଡ୍ରେସ କୋଡ୍ ମଧ୍ୟ ଲାଲ ଏବଂ ଗୋଲଡେନ ରଖାଯାଇଛି । ଏହି ଲବିରେ ଥିବା ଆସବାବପତ୍ରରେ ସୁନାର କାରୁକାର୍ଯ୍ୟ କରାଯାଇଛି । ବାଥ୍ ଟବ୍, ସିଙ୍କ୍, ସାୱାରରୁ ୱାଶରୁମ୍ ପର୍ଯ୍ୟନ୍ତ ସମସ୍ତ ଆସେସୋରିଜ୍ ସୁନା ଅଟେ । ଶୋଇବା ଘର ଆସବାବପତ୍ର ଉପରେ ମଧ୍ୟ ସୁନା ଆବରଣ କରାଯାଇଛି ।

ଏହି ହୋଟେଲର ନିର୍ମାଣ ୨୦୦୯ ମସିହାରେ ଆରମ୍ଭ ହୋଇଥିଲା । ହୋଟେଲର ଉପର ମହଲାରେ ଫ୍ଲାଟ ମଧ୍ୟ ନିର୍ମାଣ କରାଯାଇଛି। ଯଦି କେହି ନିଜ ପାଇଁ ଫ୍ଲାଟ ନେବାକୁ ଚାହାଁନ୍ତି, ତେବେ ସେ ମଧ୍ୟ ନେଇପାରିବେ । ଏକ ଡବଲ୍ ବେଡରୁମ୍ ରେ ଗୋଟିଏ ରାତି ରହିବା ପାଇଁ ଆପଙ୍କ ପ୍ରାୟ ୭୫ ହଜାର ଟଙ୍କା ଦେୟ ଦେବାକୁ ପଡିବ। ଏଥି ସହିତ ହୋଟେଲ ରୁମଗୁଡ଼ିକର ପ୍ରାରମ୍ଭିକ ଭଡା ପ୍ରାୟ ୨୦ ହଜାର ଟଙ୍କା ରହିଛି ।

Tags

Related Articles

Back to top button
Close